22.1 C
Bhubaneswar
Sunday, November 17, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଭାବନା ଆମ ଜୀବନରେ ଅନେକ ମହତ୍ତ୍ୱ ରଖିଥାଏ କାରଣ ତାହା ଆମ ହୃଦୟରୁ ଜନ୍ମ ନେଇଥାଏ । ତାକୁ ପରିପ୍ରକାଶ କଲେ ସେ ବଢିଥାଏ , ଅଣଦେଖା କଲେ ସେ ମରିଯାଏ ଆଉ ପରିପ୍ରକାଶ କରି ସମ୍ମାନ ସହ ସାଇତି ରଖିଲେ ସେ ସବୁଦିନ ପାଇଁ ଆମ ସହିତ ରହିଥାଏ ।।

ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି,ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର . ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି.. କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ ll

ମନ୍ଦିର ବାହାରେ ଲେଖା ଥାଏ ଏକ ନିରାଟ ସତ୍ୟ.. ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥିବା ବୁଲୁଥିବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତେ, ତେଣୁ ଉପବାସ ଅନ୍ନର ନୁହଁ ବିଚାରର କର, ପ୍ରଥମେ ମଣିଷ ନିଜେ ଠିକ୍ ହେବା ଦରକାର ll

ଅଦ୍ଯ ମୀନ ଦି୨ନ,ନବମୀ ଦ୨୬।୬ ଦିଘ୪।୨୪,ମୂଳା ଦ ୧।୫୮ ଦିଘ୬।୪୫,ପୂର୍ବାଷାଢ଼ାକ୍ଷଃ ଦ ୫୬।୧୪ ନିଘ୫।୧୫।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S,T.)
ମୀନ ଦ୦/୦୪/୫୦ ଇଂଘ ୫/୫୮/୪୭ ଗତେ ଉଦୟ।
କନ୍ୟା ଦ୦/୧୭/୦୦ ଇଂଘ ୫/୫୩/୦୪ ଗତେ ଅସ୍ତ ।

ଯୋଗିନୀ ପୂର୍ବେ । ଦିବା ଘ୪।୨୪ ଗତେ ଉତ୍ତରେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୬।୪୫ ଗତେ ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ଵାତୀ ଅନୁରାଧା ମୂଳା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ନିଘ୫।୧୫ ଗତେ ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ତୁଳା ଓ କୁମ୍ଭ ରାଶିମାନଙ୍କର ଘାତଚନ୍ଦ୍ର । ତୁଳା ଓ କୁମ୍ଭ ରାଶିର ଘାତବାର । ଦିବା ଗ୨।୫୪ ଗତେ ଘ୫।୫୨ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୫୬ ଗତେ ଘ୧।୨୭ ମଧ୍ୟେ କାଳରାତ୍ରି । ମୃତେ ନିଘ୫।୧୫ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୬।୪୫ ଗତେ ସାତମାସ ଗଣ୍ଡଦୋଷ । ସ୍ଵର୍ଣ୍ଣ ଓ ପୀତ ବସ୍ତ୍ର ଦାନ ।ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଲାବୁ(ଲାଉ) ଦିବା ଘ୪।୨୪ ଗତେ କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ ।

(ଅମୃତ) – ରାତ୍ରି ଘ୧।୪ ଗତେ ଘ୩।୨୮ ମଧ୍ୟେ । (ମାହେନ୍ଦ୍ର)– ଦିବା ଘ୭।୩୨ ମଧ୍ୟେ ଘ୧୦।୪୪ ଗତେ ଘ୧।୮ ମଧ୍ୟେ ।

🌹ମେଷ: ଆପଣଙ୍କର ଆତ୍ମବିଶ୍ବାସ ସୁଦୃଢ଼ ରହିବ। ଯାହା ପୂରା କରିପାରିବ ସେହି ବଚନ ଜୀବନସାଥୀଙ୍କୁ ଦିଅନ୍ତୁ। ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ରହିବେ।

🌹ବୃଷ: ସଂପୂର୍ଣ୍ଣ ଶକ୍ତି ଲଗାଇ କାମ କରନ୍ତୁ, କାମ ପୂରା ହେବ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହୋଇପାରେ। ସରକାରୀ ଓକିଲଙ୍କ ସହଯୋଗ ପାଇବେ।

🌹ମିଥୁନ: ପୂର୍ବ କଥା ନେଇ ଚିନ୍ତିତ ରହିବେ। ଧୈର୍ଯ୍ୟଧରି ରୁହନ୍ତୁ, ସଫଳତାର ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ।

🌹କର୍କଟ: କଳାତ୍ମକ କାମରେ ଆପଣଙ୍କ ମନ ଲାଗି ରହିବ। ଘରେ ସୁଖ ଶାନ୍ତି ବଜାୟ ରହିବ। ଗୃହିଣୀମାନେ ଜୀବନସାଥୀଙ୍କ ଠାରୁ ଉପହାର ପାଇବେ।

🌹ସିଂହ: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଭଲ କାମ ପାଇଁ ପୁରସ୍କାର ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି।

🌹କନ୍ୟା: ବଜାରକୁ ଯିବା ବାଟରେ ବନ୍ଧୁ ସହ ଦେଖା ହୋଇପାରେ। ବିଦେଶୀ କଂପାନିରେ ଆପଣ ଅଂଶୀଦାର ହୋଇପାରନ୍ତି। କଳାକାରଙ୍କୁ ଖୁସି ମିଳିବ।

🌹ତୁଳା: ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲାଗି ରହିବ। ବିଶ୍ବସ୍ତ ବନ୍ଧୁର ପରାମର୍ଶ ଆପଣଙ୍କ କାମରେ ଆସିବ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

🌹ବିଛା: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ସଙ୍ଗୀତଜ୍ଞଙ୍କୁ ନୂଆ ସଙ୍ଗୀତ ନିର୍ଦେଶନା ଦେବାର ଅବସର ମିଳିପାରେ।

🌹ଧନୁ: ଚାକିରି ବୃତ୍ତିରେ ଅଧିକ ପରିଶ୍ରମ କରନ୍ତୁ। ଅନ୍ୟମାନଙ୍କ କାମରେ ମତ ଦେବାରୁ ନିବୃତ୍ତ ରୁହନ୍ତୁ। ସନ୍ଧ୍ୟାରେ ଘରେ ସ୍ବାଦିଷ୍ଠ ଭୋଜନ କରିବେ।

🌹ମକର: ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। କାହାରିକୁ ଅତ୍ୟଧିକ ବିଶ୍ବାସ କରନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ।

🌹କୁମ୍ଭ: ସବୁ ଆହ୍ବାନର ମୁକାବିଲା କରିପାରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ଜୀବନର ସୁଖ ମିଳିବ।

🌹ମୀନ: ଆପଣଙ୍କ ମନ ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ଲାଗି ରହିବ। କାହାରିକୁ ଶୀଘ୍ର ଭରସା କରନ୍ତୁ ନାହିଁ। ହୋଟେଲ ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking