ଭୁବନେଶ୍ୱର: ନବଦାସ ମୃତ୍ୟୁ ମାମଲାକୁ ଦୃଷ୍ଟିରେ ରଖି ଆଜି ବିଧାନସଭା ଗୃହରେ ବିସ୍ପୋରକ ବୟାନ ରଖିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।ଷ୍ଟେଟମେଣ୍ଟ ଯାହା ଆସିଛି ୨୦୨୩ମସିହା ଜାନୁଆରୀ୨୯ତାରିଖ ଦିବା ୧୨.୩୫ରେ ଗୁଳିମାଡ ହୋଇଥିଲ । । ଏବଂ ତାଙ୍କୁ ଗୁଳିକରିଥିଲେ ଏଏସ୍ଆଇ ଗୋପାଳ ଦାସ୍ । ଏଥିରେ ଉଲ୍ଲେଖ ଥିବା ମରିବା ସମୟ ସମ୍ପୂର୍ଣ୍ଣ ଭୁଲ ଅଟେ । ପଂରେନସିକ୍ ଟିମର ରିର୍ପୋଟ ଆସିଲା ପରେ ସବୁ ତଥ୍ୟ ମିଳିବ ବୋଲି ମତ ରଖିଥିଲେ ନରସିଂହ ମିଶ୍ର । ଯେତେବେଳେ ନବ ଦାସଙ୍କର ଗୁଳିବାଜି ପ୍ରବଳ ରକ୍ତଶ୍ରାବ ହେଉଥିଲା ସେତେବେଳେ କାହିଁକି ନିକଟସ୍ତ ଡାକ୍ତରଖାନାକୁ ନିଆ ନଯାଇ ଭୁବନେଶ୍ୱର ଅଣାଯାଉଥିଲା । ରକ୍ତଶ୍ରାବ ସମୟରେ ବ୍ଲଡ ଏବଂ ଅକ୍ସିଜେନର ଆବଶ୍ୟକତା ପଡେ । ଭୁବନେଶ୍ୱର ଆଣିବା ସମୟରେ ସେସବୁ କିଛି କେମିତି ଆବଶ୍ୟକ ହେଲାନି ବୋଲି ସେ ପ୍ରଶ୍ନ କରିଛନ୍ତିି ।
ଏ ସବୁ ଆମକୁ ସନ୍ଦେହଘେର ଭିତରକୁ ଟାଣି ଆଣୁଛି । ସରକାର ଦୋଷମୁକ୍ତ ହୋଇପାରେ କିନ୍ତୁ ଜଣେ ସନ୍ଦେହ ଭିତରକୁ ଅବସ୍ୟ ଆସିପାରେ । ଗୋଟିଏ ମନ୍ତ୍ରୀଙ୍କୁ ଆଣିବା ସମୟରେ ଚାଦର ପଡିନଥିଲା ତାଙ୍କ ଉପରେ ତାଙ୍କୁ ରିସିଭ କରିବା ପାଇଁ ମେଡିକାଲରେ ଡାକ୍ତର ନଥିଲେ । କି ପ୍ରକାର ଏ ବ୍ୟବସ୍ତା ଚାଲିଛି । ଆସିବା ସମୟରେ ଏୟାରପେରର୍ଟ ଏବଂ ବୁର୍ଲା ମେଡିକାଲକୁ ଚିକିତ୍ସିତ ପାଇଁ କାହିଁକି ନିଆଗଲାନି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ କଣ ଆଉ କୌଣସି ସରକାରୀ ମେଡିକାଲ ନଥିଲା ସେଠାକୁ କଣ ପାଇଁ ନିଆଗଲା । ଶେଷରେ ପ୍ରସଙ୍ଗ ଆସିଥିଲା କ୍ରାଇମବ୍ରାଞ୍ଚ ଉପରକୁ । କ୍ରାଇମବ୍ରାଞ୍ଚର ସ୍ଥିତି ବି ଆଜିର ଦିନରେ ଏତ ଖରାପ କହିହେବନି । ଏ ପର୍ଯ୍ୟନ୍ତ ରିର୍ପୋଟ ଆମେ ପାଇଲୁନି କି ଏଇଟା ହତ୍ୟା କି ଆତ୍ମହତ୍ୟା? ଆମେ ସମସ୍ତେ ଅନୁରୋଧ କରୁଛୁ କି ଏ କେସ୍ ଅବସରପ୍ରାପ୍ତ ଜଜଙ୍କୁ ଦିଆଯାଉ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏ କେସ୍ ସମାଧାନ କରନ୍ତୁ ନହେଲେ ଗୃହ ବିଭାଗ ଛାଡନ୍ତୁ ବୋଲି ବିପକ୍ଷ ନେତା କହିଛନ୍ତି ।