ଭୁବନେଶ୍ୱର: ଭାରତରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ । ତେବେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ବିଭିନ୍ନ ସହରରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୨୪ରୁ ୨୬ ଏବଂ ମେ’ ୧୫ରୁ ୧୭ ତାରିଖ ମଧ୍ୟରେ ବିଦେଶୀ ପ୍ରତିନିଧି ଦଳ ଓଡିଶା ଆସିବେ ସେମାନେ ଭୁବନେଶ୍ୱର, ବ୍ରହ୍ମପୁର, ଖଣ୍ଡିଗିରି ଅଞ୍ଚଳ ପରିଦର୍ଶନ କରିବେ ଏଥିପାଇଁ ବିଡିଏ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦଲାଣି ଏ ସକ୍ରାଂନ୍ତରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଅତିରିକ୍ତ କମିଶନର ହରିଶ ଚନ୍ଦ୍ର ନାୟକ, ଏନ୍ଏଚ୍ଏଆଇ ଭୁବନେଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକ ପିକେ ସିଂ, ଢେଙ୍କାନାଳ ପ୍ରକଳ୍ପ ଅଧିକାରୀ ସଞ୍ଜୟ ଚେନା, ଓଏମସିର ଇଡି ସୁଧାଂଶୁ ଖୋରା, ଭୁବନେଶ୍ୱର ସ୍ମାର୍ଟସିଟି ଲିଃ. ଜିଏମ୍ ସମେତ ଅନ୍ୟ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ବସିଥିଲା । ଏହାସହ ମିଳିତ ଟିମ ରସୁଲୁଗଡରୁ ଖଣ୍ଡଗିରି ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱ ରାସ୍ତାର ଉନ୍ନତିକରଣ ପାଇଁ ପରିଦର୍ଶନ କରିଥିଲେ ।
ବରମୁଣ୍ଡାସ୍ଥିତ କାଳୀ ମନ୍ଦିର ଠାରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ବାମପାର୍ଶ୍ୱ ରାସ୍ତା ୫୦ମିଟର ଯାଏ ନିଜ ଅକ୍ତିଆରକୁ ଅଣାଯିବା ସହିତ ସେହି ଜାଗାରେ ସୌନ୍ଦର୍ଯ୍ୟକରଣ କରାଯିବ ଏହି ରାସ୍ତା ପାର୍ଶ୍ୱରେ ଅଧକାଂଶ ବସ୍ ପାର୍କିଂ ହେଉଥିବା ବେଳେ କେତେକ ନର୍ସରୀ ମଧ୍ୟ ଗଢି ଉଠିଛି ସେଗୁଡିକୁ ସେଠାରୁ ହଟାଇବା ସହ ସର୍ଭିସ ରୋଡ ନିର୍ମାଣ କରାଯିବ ସେହିପରି ଜୟଦେବ ବିହାର ଛକରୁ ଫାୟାର ଷ୍ଟେସନ୍ ଛକ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱ ରାସ୍ତା ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯିବ ସିଆର୍ପି ଛକରେ ଥିବା ଜନଜାତି ମ୍ୟୁଜିୟମ୍ ଠାରୁ ଫାୟାର ଷ୍ଟେସନ୍ ପର୍ଯ୍ୟନ୍ତ ବାମପାର୍ଶ୍ୱରେ କେତେକ କାର୍ ସୋ’ରୁମ୍ କାର୍ ପାର୍କିଂ କରୁଥିବା ଜଣାପଡିଛି ସେଠାରୁ କାର୍ ଗୁଡିକୁ ହଟାଯାଇ ବିୟୁଟିଫିକେସନ୍ କରାଯିବ ଏହା ସହ ବଳକା ଜାଗାକୁ ଭବିଷ୍ୟତ ପାଇଁ ନିଜ ଅକ୍ତିଆରରେ ରଖିବ ବିଡିଏ ।
ସେହିପରି ସତସଙ୍ଗ ବିହାର ସ୍ଥିତ ଶ୍ୟାମାପ୍ରାସଦ ମୁଖାର୍ଜୀ ପାର୍କ ସମ୍ମୁଖ ରାସ୍ତାକୁ ଜବରଦଖଲ ହଟାଯିବ ସେହି ଜାଗାରେ ସୌନ୍ଦର୍ଯ୍ୟକରଣ କାମ ହାତକୁ ନେବ ବିଡିଏ କେବଳ ରାସ୍ତାପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ନୁହେଁ ବରଂ ଓଭରବ୍ରିଜ ତଳେ ଖାଲି ସ୍ଥାନକୁ ମଧ୍ୟ ସୁରକ୍ଷା ଦିଆଯିବ ସେଠାରେ ହୋଇଥିବା ବିଭିନ୍ନ ଦୋକାନ ସମେତ ଜବରଦଖଲକାରୀଙ୍କୁ ହଟାଯାଇ ସୌନ୍ଦର୍ଯ୍ୟକରଣ କରାଯିବ ଏହା ସହିତ ଲଳିତକଳା ଏକାଡେମୀ ପକ୍ଷରୁ ସ୍ଥାପତ୍ୟ ଚିତ୍ରକଳା ଅଙ୍କାଯିବ ସେହିଭଳି ଫୁଟପାଥ ରାସ୍ତା ସମେତ ଫ୍ଲାଇ ଓଭରର କାନ୍ଥକୁ ଚିକ୍କଣ କରାଯିବ ଏନଏଚ୍ କଡରେ ଲାଗିଥିବା ହାଇମାକ୍ସ ଲାଇଟ୍ ଗୁଡିକୁ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।