22.1 C
Bhubaneswar
Wednesday, January 15, 2025
Homeସ୍ୱାସ୍ଥ୍ୟଗଳା ପୋଡାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ....

ଗଳା ପୋଡାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ….

ଅନେକ ସମୟରେ ଆମ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅତ୍ୟଧିକ ଥଣ୍ଡା କାରଣରୁ ହେଉ ଅବା ଏସିଡିଟି କାରଣରୁ କିନ୍ତୁ ପୋଡାଜଳା ଅନୁଭବ ହୋଇଥାଏ । ଏହା ବ୍ୟତୀତ ଧୁମ୍ରପାନ, ଏଲର୍ଜି, ଥଣ୍ଡା, ବ୍ୟାକ୍ଟେରିଆ ଜନିତ ସଂକ୍ରମଣ କାରଣରୁ ମଧ୍ୟ ଗଳାରେ ପୋଡାଜଳା ଅନୁଭବ ହୋଇଥାଏ । ଗଳାରେ ପୋଡାଜଳା ଅନୁଭବ ହେବା ସମୟରେ ଖାଦ୍ୟ ଗ୍ରହଣ ସହ କଥା କହିବାରେ ମଧ୍ୟ ସମସ୍ୟା ହୋଇଥାଏ । ଅନେକ ଲୋକଙ୍କର ଏହି ସମସ୍ୟା ଏକ ସପ୍ତାହ ଯାଏଁ ଲାଗି ରହିଥାଏ ତ କିଛି ଲୋକଙ୍କର ମାସ ମାସ ଧରି ଏହି ସମସ୍ୟା ଦେଖାଯାଇଥାଏ । ତେବେ କିଛି ଘରୋଇ ଉପାୟ ରହିଛି, ଯାହା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ….

-ଗଳା ପୋଡାରୁ ମୁକ୍ତି ପାଇଁ ଲୁଣ ପାଣିରେ କୁଳି କରିପାରିବେ । ଏଥିପାଇଁ ୧ ଗିଲାସ ଉଷୁମ ପାଣିରେ ସାମାନ୍ୟ ଲୁଣ ପକାଇ କୁଳି କରନ୍ତୁ ।

-ଗଳାପୋଡାରୁ ତୁରନ୍ତ ମୁକ୍ତି ପାଇଁ ପଇଡ ପାଣି ଖୁବ୍ ଉପକାରୀ । ଏଥିରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଛି । ଖାଦ୍ୟ ଖାଇବା ପରେ ଗଳାରେ ପୋଡାଜଳା ଭଳି ଅନୁଭବ ହେଉଥିଲେ,ପଇଡ ପାଣିର ସେବନ କରନ୍ତୁ ।

-ଗଳା ପୋଡାରୁ ମୁକ୍ତି ପାଇଁ ହଳଦୀ ସେବନ ଖୁବ୍ ଉପକାରୀ । ହଳଦୀରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ସହ ଆଣ୍ଟି-ଇନଫ୍ଲେମେଟରୀ ଓ ଆଣ୍ଟି- ବ୍ୟାକ୍ଟେରିଅଲ ଗୁଣ ରହିଥାଏ । ଏହି କାରଣରୁ ଏହାର ସେବନ ଦ୍ୱାରା ଗଳା ପୋଡା ସମସ୍ୟାରୁ ମୁକ୍ତି ମିଳିଥାଏ । ଏକ ଚାମଚରୁ କମ୍ ହଳଦୀ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ ।

-ଗଳା ପୋଡାରୁ ମୁକ୍ତି ପାଇଁ ମହୁ ସେବନ ମଧ୍ୟ ଖୁବ୍ ଉପକାରୀ । ମହୁରେ ଆଣ୍ଟି-ବ୍ୟାକ୍ଟେରିଅଲ ଗୁଣ ଗଳାରେ ହେଉଥିବା ଜଳା ପୋଡାରୁ ମୁକ୍ତି ମିଳିଥାଏ । ଏଥିପାଇଁ ଉଷୁମ ପାଣିରେ ମହୁ ଓ ସାମାନ୍ୟ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking