24.5 C
Bhubaneswar
Thursday, January 16, 2025
Homeଓଡିଶା_ଆଜିର ଅନୁଚିନ୍ତା

_ଆଜିର ଅନୁଚିନ୍ତା

ହୃଦୟକୁ ବୁଝିପାରୁଥିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ, ମନ କଥା ଯଦି ସମସ୍ତେ ବୁଝିଯାଆନ୍ତେ ତାହେଲେ ଏ ସଂସାରରେ ଦୁଃଖ ବୋଲି ଆଉ କିଛି ନଥାନ୍ତା ।
ସ୍ବାର୍ଥପର ମାନେ କାହା ଦୁଃଖର ଭାଗ ନିଅନ୍ତି ନାହିଁ, ସେମାନେ ସବୁବେଳେ ସୁଖର ଭାଗ ନେବାକୁ ଅପେକ୍ଷା କରି ଥାନ୍ତି ।

ଜୀବନରେ ଏମିତି ଲୋକଙ୍କ ସହିତ ବନ୍ଧୁତା ରଖ ଯିଏ ତୁମ ସାଥିରେ ଦର୍ପଣ ଓ ଛାଇ ପରି ରହିବ , କାରଣ ଦର୍ପଣ କେବେ ମିଛ କୁହେନାହିଁ କି ଛାଇ କେବେ ଛାଡିକି ଯାଏନାହିଁ ।

ଯେଉଁ ଖାତାର ସବୁ ବିଷୟକୁ ସମ୍ଭାଳିବାର କର୍ତ୍ତବ୍ୟ ଥାଏ ସିଏ କେବଳ ରଫ୍ ଖାତା ବନିଯାଏ, ସେହିପରି ପରିବାରର କର୍ତ୍ତବ୍ୟବାନ ମଣିଷର ଅବସ୍ଥା ମଧ୍ୟ ଗୋଟିଏ ରଫ୍ ଖାତା ପରି ।

ଭଗବାନ ଯଦି ମଣିଷକୁ ଭୋକ ଆଉ ଦୁଃଖ ଦେଇନଥାନ୍ତେ ତେବେ ମଣିଷ କେବେ ନିଜର Importance ବୁଝିପାରନ୍ତା ନାହିଁ

ଅଦ୍ଯ କୁମ୍ଭ ଦି୩ନ,ନବମୀ ଦ୨।୩୯ ଦିଘ୭।୨୨,ଦଶମୀକ୍ଷ ଦ୫୪।୫୬ ନିଘ୫।୨୧,ଜ୍ୟେଷ୍ଠା ଦ୪୪।୪୪ ରାଘ୧୨।୧୩,ବିଛା ଚନ୍ଦ୍ର ଦ୪୪।୪୪ ରାଘ୧୨।୧୩।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)।
କୁମ୍ଭ ଦ୦/୧୦/୫୦ ଇଂଘ ୬/୧୮/୫୮ ଗତେ ଉଦୟ।
ସିଂହ ଦ୦/୧୫/୪୦ ଇଂଘ୫/୪୧/୩୬ ଗତେ ଅସ୍ତ।

ଯୋଗିନୀ ପୂର୍ବେ । ଦିବା ଘ୭।୨୨ ଗତେ ଉତ୍ତରେ ନିଃଘ୫।୨୧ ଗତେ ଅଗ୍ନିକୋଣେ । ଯାତ୍ରା ନାସ୍ତି । ଅଦ୍ଯ ରାତ୍ରି ଘ୧୨।୧୩ ଗତେ ମୂଳା ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୨।୧୩ ଗତେ ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧୨।୧୩ ଗତେ ଧନୁ ମକର ମୀନ ମିଥୁନ କର୍କଟ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ତୁଳା ଓ କୁମ୍ଭ ରାଶିମାନଙ୍କର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୯।୮ ଗତେ ଘ୧୦।୩୩ ମଧ୍ୟେ କାଳବେଳା । ଘ୧୧।୫୮ ଗତେ ଘ୧।୨୩ ମଧ୍ୟେ ବାରବେଳା । ରାତ୍ରି ଘ୩।୮ ଗତେ ଘ୪।୪୩ ମଧ୍ୟେ କାଳରାତ୍ରି । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୧୨।୧୩ ମଧ୍ୟେ ଦଶମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।କଳମ୍ବୀ (କଳମ ଶାଗ) ଭକ୍ଷଣ ନିଷେଧ । ତ୍ୟହସ୍ପର୍ଶ ତିଥିର ଗ୍ରହପୂଜା ହୋମାଦି କରଣୀୟ।

*(ଅମୃତ) – ଦିବା ଘ୭।୫୪ ମଧ୍ୟେ ଘ୧୨।୪୨ ଗତେ ଘ୨।୧୮ ମଧ୍ୟେ ରାତ୍ରି ଘ୬।୩୦ ଗତେ ଘ୮।୫୪ ମଧ୍ୟେ ଘ୧।୪୨ ଗତେ ଘ୫।୪୨ ମଧ୍ୟେ । (ମାହେନ୍ଦ୍ର) – ଦିବା ଘ୪।୪୨ ଗତେ ଘ୫।୪୨ ମଧ୍ୟେ ରାତ୍ରି ଘ୮।୫୪ ଗତେ ଘ୧୦।୩୦ ମଧ୍ୟେ

🌹ମେଷ: ଆଜି ଧୈର୍ଯ୍ୟ ଧରି କାମ କରନ୍ତୁ। ସବୁ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟାଙ୍କର ଋଣ ସମ୍ବନ୍ଧୀୟ କୌଣସି କାମ ପୂରା ହେବ।

🌹ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ କୌଣସି ବିବାଦ ହୋଇପାରେ। କୋର୍ଟ କଚେରି ମାମଲାରେ ପଶିପାରନ୍ତି।

🌹ମିଥୁନ: ଆପଣ ସକାରାତ୍ମକ ଶକ୍ତିରେ ଭରପୂର ରହିବେ। ସମାଜରେ ଆପଣଙ୍କର ଯଶ ଖ୍ୟାତି ବଢ଼ିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ।

🌹କର୍କଟ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଇଂଜିନିୟରଙ୍କୁ ଲାଭ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ କଥା ହେବେ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ।

🌹ସିଂହ: ଅଫିସରେ କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ। ଭାଗୀଦାରିରେ କରୁଥିବା କାମରୁ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।

🌹କନ୍ୟା: ଆପଣ ନିଜ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ପ୍ରେମିକପ୍ରେମିକା ସୁଖଦ ସମୟ ଅତିବାହିତ କରିବେ।

🌹ତୁଳା: ଆପଣ ବିଶେଷ କାମ ପ୍ରଥମେ ସମାପ୍ତ କରିବେ। କୌଣସି ନୂଆ ସ୍ରୋତରୁ ଆପଣଙ୍କୁ ଧନଲାଭ ହେବ। ସାଥୀଙ୍କ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ।

🌹ବିଛା: କୌଣସି କାମ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଘରେ ସନ୍ତୋଷଭରା ଦିନଟିଏ ଅତିବାହିତ କରିବେ।

🌹ଧନୁ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ।

🌹ମକର: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ପରିଜନଙ୍କ ସହିତ ଗମ୍ଭୀର ବିଷୟରେ କଥା ହେବେ। ପ୍ରେମ ଜୀବନ ଭଲ ରହିବ।

🌹କୁମ୍ଭ: ଧୈର୍ଯ୍ୟ ଧରି କାମ କରନ୍ତୁ। ଅଚାନକ ଧନଲାଭ ହେବ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ। ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ।

🌹ମୀନ: ଜୀବନକୁ ଉତ୍କୃଷ୍ଟ କରିବା ପାଇଁ କିଛି ନୂଆ ରଚନାତ୍ମକ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking