ୱାଶିଂଟନ: ଅଷ୍ଟ୍ରିଆରେ ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ । ଏଥିରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଅଷ୍ଟ୍ରିଆର ପଶ୍ଚିମ ଭାଗରେ ଏହି ହିମସ୍ଖଳନ ହୋଇଥିବା ନେଇ ସ୍ଥାନୀୟ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଅଷ୍ଟ୍ରିଆରେ ଗତ କିଛିଦିନ ଧରି ବରଫପାତ ଲାଗି ରହିଛି। ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ମଧ୍ୟ ହେଉଛି । ତେଣୁ ଭେନିଆରେ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରୁ ଅଷ୍ଟ୍ରିଆରେ ବରଫପାତ ଆରମ୍ଭ ହୋଇଯାଇଥିଲା । ବରଫପାତ ଯୋଗୁଁ ଗତ ଡିସେମ୍ବର ୨୫ ଖ୍ରୀଷ୍ଟମାସ ଦିନ ୨ ଜଣ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଅଷ୍ଟ୍ରିୟାନ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ଉଦ୍ଧାରକାରୀ ଟିମ କହିଛନ୍ତି, “ବରଫ ଝଡ ସମୟରେ ଜିରସ ଏବଂ ଲେଚ ଏମ ଆଲବର୍ଗ ମଧ୍ୟରେ ରହିଥିବା ଟାଇଟ୍ରୋକୋପ ପର୍ବତରେ ୧୦ଜଣ ବିଚରଣ କରୁଥିବା ଦେଖାଯାଇଥିଲା । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଅନେକ ଲୋକ ବରଫରେ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଅନୁନ୍ୟ ୨୦୦ ଉଦ୍ଧାରକାରୀ, ୭ ହେଲିକପ୍ଟର ସନ୍ଧାନକାରୀ କୁକୁରକୁ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।