20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଏସିଆର ସବୁଠୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଏସିଆର ସବୁଠୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଏସିଆ: ଏସିଆର ସବୁଠାରୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଆଜି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକର ତୁମକୁରୁରେ ଦେଶର ସବୁଠାରୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରି HAL କୁ ଆଜି ଉଦ୍‌ଘାଟନ କରାଯିବ । ଏହା ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା ହେବ। ଯାହା ହେଲିକପ୍ଟର ନିର୍ମାଣ କରିବାର କ୍ଷମତା ଏବଂ ଇକୋ ପ୍ରଣାଳୀକୁ ବଢାଇବ । ଆଗାମୀ ୨୦ ବର୍ଷରେ ୪ ଲକ୍ଷ କୋଟି କାରବାର ସହିତ ୧୦୦୦ରୁ ଅଧିକ ହେଲିକପ୍ଟର ନିର୍ମାଣ ହେବ ।

୬୧୫ ଏକରରେ ନିର୍ମିତ ଏହି କାରଖାନାରେ ପ୍ରାରମ୍ଭରୁ ଲାଇଟ ୟୁଟିଲିଟ ହେଲିକପ୍ଟର (LUH) ଉତ୍ପାଦନ କରାଯିବ । ଏହା ସଂପୂର୍ଣ୍ଣ ଭାବେ ସ୍ୱଦେଶୀ ଡିଜାଇନ ଏବଂ ଆଡଭାନ୍ସଡ ୩- ଟନ୍‌ ବର୍ଗର ସିଙ୍ଗଲ ଇଂଜିନ ହେଲିକପ୍ଟର ହେବ । ପ୍ରଥମରୁ ଏହି ଫ୍ୟାକ୍ଟ୍ରିରେ ବର୍ଷକୁ ୩୦ଟି ହେଲିକପ୍ଟର ନିର୍ମାଣ ହେବ । ପ୍ରତିବର୍ଷ ଏହାର କ୍ଷମତା ୬୦ ରୁ ୯୦ ହେଲିକପ୍ଟର ନିର୍ମାଣ ପାଇଁ ବଢାଯିବ । ଏହି ହେଲିକପ୍ଟରର ଉଡାଣ ପରୀକ୍ଷା ହୋଇସାରିଛି ।

ଏହି ହେଲିକପ୍ଟର ଫ୍ୟାକ୍ଟ୍ରି ନିର୍ମାଣ ହେବା ଦ୍ୱାରା କର୍ଣ୍ଣାଟକର ପ୍ରାୟ ୬୦୦୦ ଲୋକଙ୍କୁ ରୋଜଗାର ମିଳିବ । ଲାଇଟ ୟୁଟିଲିଟ ହେଲିକପ୍ଟର ଉତ୍ପାଦନ ଛଡା ଲାଇଟ୍‌ କମ୍ବାର୍ଟ ହେଲିକପ୍ଟର (LCH), ଇଣ୍ଡିଆନ ମଲ୍ଟିରୋଲ ହେଲିକପ୍ଟର (IMRH) ନିର୍ମାଣ କରିବାର ଯୋଜନା ରହିଛି। ଏହାଛଡା ଏହିସବୁ ହେଲିକପ୍ଟରର ମରାମତି କାମ ମଧ୍ୟ ଏଠାରେ କରାଯିବ । ହେଲିକପ୍ଟର ଫ୍ୟାକ୍ଟ୍ରି ନିର୍ମାଣ ହେବା ଦ୍ୱାରା ଆଖପାଖ ଅଞ୍ଚଳର ବିକାଶ ହେବ। ଲୋକେ ରୋଜଗାରକ୍ଷମ ହେବେ । ତେବେ ଆଜି ଉର୍ଜା ସପ୍ତାହ ପାଳନ ଅବସରରେ ଏହା ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମ ୬ରୁ ୮ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ।

ସୂଚନାଯୋଗ୍ୟ, ଏହି ଫ୍ୟାକ୍ଟ୍ରିକୁ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଥିଲେ । ଗୋଟିଏ ସ୍ଥାନରୁ ହେଲିକପ୍ଟର ନିର୍ମାଣ ଏବଂ ମରାମତି ହେବା ପାଇଁ ଏହି ଫ୍ୟାକ୍ଟ୍ରିର ଶୁଭାରମ୍ଭ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking