“ନିଜର ମନକୁ ସବୁବେଳେ ନିଜ ନିୟନ୍ତ୍ରଣ ରେ ରଖନ୍ତୁ , କାହିଁକିନା ଆପଣଙ୍କର ମନ ହିଁ ଏକ ବିଶାଳ ଶତୃ !!”
ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ନିଜର ଖୁସି ନିଜ ହାତରେ ହିଁ ରହିଥାଏ । ଯଦି ନିଜ ଖୁସି ପାଇଁ ଅନ୍ୟ ଉପରେ ନିର୍ଭର କରିବ , ତେବେ ନିଶ୍ଚିତ ଦୁଃଖ ହିଁ ପାଇବ !!”
“ଆଜି ସମୟ ଏପରି ପରିବର୍ତ୍ତନ ହେଇଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟ କଷ୍ଟକର !!”
“ଅନ୍ୟ ଉପରକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ପ୍ରଥମେ ନିଜ ଉପରକୁ ଉଠାଇବା କାହିଁକିନା ଅନେକ ଭୁଲ୍ ମଧ୍ଯ ନିଜ ପାଖରେ ରହିଯାଇ ଥାଏ !!”
. ଜୀବନ ଦର୍ଶନ
ସଂସାରୀ ମନୁଷ୍ଯଙ୍କ ଅପେକ୍ଷା ଗୁଣାତୀତ ମନୁଷ୍ଯଙ୍କ ଠାରେ ଏମିତିକି ଅଲୌକିକତା ଆସିଯାଏ, ଯଦ୍ୱାରା ସାଧାରଣ ପ୍ରାଣୀ ତାଙ୍କୁ ଗୁଣାତୀତ ବୋଲି ଜାଣି ପାରନ୍ତି?
ଯେଉଁ ଧୀର ମନୁଷ୍ଯ ସୁଖ ଦୁଃଖରେ ସମଭାବାପନ୍ନ ତଥା ନିଜ ସ୍ବରୂପରେ ସ୍ଥିତ, ଯେ ଟେକା, ପଥର ଓ ସୁନାରେ ସମଭାବ ରଖେ, ପ୍ରିୟ, ଅପ୍ରିୟରେ ଓ ନିଜର ନିନ୍ଦା, ସ୍ତୁତେ ରେ ସମ ରହେ, ଯେ ମାନ ଅପମାନ ତଥା ମିତ୍ର ଓ ଶତ୍ରୁଙ୍କ ପକ୍ଷରେ ସମରହେ ଏବଂ ଯେ ସମସ୍ତ କର୍ମାରମ୍ଭର ପରିତ୍ଯାଗୀ ଅଟେ, ସେହି ମନୁଷ୍ଯକୁ ଗୁଣାତୀତ କୁହାଯାଏ।”
ଭାରତୀୟ ସାଧାରଣ ସମୟ ଅନୁସାରେ (IST)
ମକର ଦ୩/୦୦/ ୨୦ ଇଂଘ ୬/୨୪/୦ ୯ ଗତେ ଉଦୟ।
କର୍କଟ ଦ୩/୪ ୧/୩୦ ଇଂଘ ୫/୩୫/୦୪ ଗତେ ଅସ୍ତ ।
ଯୋଗିନୀ, ଦକ୍ଷିଣେ । ରାତ୍ରି ଘ ୬।୪୩ ଗତେ ପଶ୍ଚି ମେ ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ,ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ,ନାମକରଣ ଓ ଦୀକ୍ଷାଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । କନ୍ୟା ରାଶିର ଘାତଚନ୍ଦ୍ର । ପ୍ରାତଃ ଘ୬।୪୪ ଗତେ ପୁଷ୍ୟା ଅଶ୍ଳେଷା ପୂର୍ବଫାଃ ହସ୍ତା ସ୍ବାତୀ ଅନୁରାଧା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ରେବତୀ ଦ୍ବିଜା ରୋହିଣୀ ଆର୍ଦ୍ରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୩।୨ ଗତେ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ଧନୁ ମୀନ ରାଶିମାନଙ୍କର ଘାତବାର । ଦିବା ଘ୯।୮ ଗତେ ଘ୧୧।୫୨ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୫୨ ଗତେ ଘ୧୦।୩୦ ମଧ୍ୟେ କାଳରାତ୍ରି । ମୃତେ ପ୍ରାତଃ ଘ୬।୪୪ ଗତେ ପାଦ ଦୋଷ ।ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଦର୍ଶନେ ପ୍ରାତଃ ଘ ୬।୪୪ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ(ବାଇଗଣ) ରାତ୍ରି ଘ୬।୪୩ ଗତେ ମାଷ(ବିରି) ଭକ୍ଷଣ ନିଷେଧ ।
(ଅମୃତ) – ଦିବା ଘ୮।୦ ମଧ୍ୟେ ଘ୮।୪୮ ଗତେ ଘ୧୧।୧୨ ମଧ୍ୟେ ଘ ୧।୩୬ ଗତେ ଘ୩।୧୨ ମଧ୍ୟେ ଘ୪।୪୮ ଗତେ ଘ୫।୩୬ ମଧ୍ୟେ ରାତ୍ରି ଘ୭।୧୨ ଗତେ ଘ୮।୪୮ ମଧ୍ୟେ ଘ୩।୧୨ ଗତେ ଘ୪।୦ ମଧ୍ୟେ । (ମାହେନ୍ଦ୍ର) – ରାତ୍ରି ଘ୧୦।୨୪ ଗତେ ଘ୧୧।୧୨ ମଧ୍ୟେ ଘ୪।୦ ଗତେ ଘ୫।୩୬ ମଧ୍ୟେ ।
🌹ମେଷ: ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ।
🌹ବୃଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ।
🌹ମିଥୁନ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।
🌹କର୍କଟ: ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ।
🌹ସିଂହ: ସୁଖ ସୌଭାଗ୍ୟ ମିଳିବାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।
🌹କନ୍ୟା: ବନ୍ଧୁ ମାଧ୍ୟମରେ କିଛି ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଘରୋଇ ପରିବେଶ ଶାନ୍ତିମୟ ରହିବ। ପ୍ରେମ ବ୍ୟାପାର ପାଇଁ ଭଲ ଦିନଟିଏ।
🌹ତୁଳା: କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ନୂଆ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ରହିଛି।
🌹ବିଛା: ସକାରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ବିରୋଧୀ ପକ୍ଷ ଗୋପନରେ ଆପଣଙ୍କୁ ପ୍ରଶଂସା କରିବେ।
🌹ଧନୁ: ପିତାଙ୍କର ଆୟରେ ବୃଦ୍ଧି ହେବ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ହେବ।
🌹ମକର: ଆପଣ ନିଜ କାମ ପାଇଁ ପ୍ରଶଂସା ଓ ପୁରସ୍କାର ପାଇବେ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ବ୍ୟବସାୟରେ ବିକ୍ରି ଓ ଆର୍ଥିକ ଲାଭ ବଢ଼ିବ।
🌹କୁମ୍ଭ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହା ପ୍ରତି ଆକର୍ଷିତ ହେବେ। ମହିଳାମାନେ ଜିନିଷ କିଣିବା ପାଇଁ ସହରକୁ ଯିବେ। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂର ହେବ।
🌹ମୀନ: କୌଣସି କଥା ନେଇ ଭାବପ୍ରବଣ ରହିବେ। ଅଧୁର ଥିବା କାମ ସଂପୂର୍ଣ୍ଣ ହେବ। ନାମ ଓ ଯଶ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ।