14.1 C
Bhubaneswar
Friday, January 10, 2025
Homeଦେଶ ବିଦେଶକଶ୍ମୀର ଘାଟିରେ ପ୍ରବଳ ତୁଷାରପାତ; ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

କଶ୍ମୀର ଘାଟିରେ ପ୍ରବଳ ତୁଷାରପାତ; ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର: ସମଗ୍ର କଶ୍ମୀର ଘାଟିରେ ପ୍ରବଳ ଶୀତଲହରୀ ପ୍ରବାହିତ ହେଉଥିବାବେଳେ ତୁଷାରପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡିଛି । କଶ୍ମୀର ଘାଟିର ବିଭିନ୍ନ ସ୍ଥାନରେ ତୁଷାରପାତ ଯୋଗୁଁ ଏହା ଦେଶର ଅନ୍ୟାନ୍ୟ ଅଞ୍ଚଳରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡିଛି । ରବିବାର ଶ୍ରୀନଗରରେ ୭ ଇଞ୍ଚ୍‌, ପେହେଲଗାଓେଁରେ ୯ ଇଞ୍ଚ୍‌, ଗୁରେଜ୍‌ରେ ୧୮ ଇଞ୍ଚ୍ ବହଳର ତୁଷାରପାତ ହୋଇଥିବା ରେକର୍ଡ କରାଯାଇଛି । କଶ୍ମୀରର ଉତ୍ତରଭାଗରେ ପ୍ରାୟ ୨ ଫୁଟ ବରଫ ଜମିଥିବା ଲକ୍ଷ୍ୟ କରାଯାଇଛି । ଏଥିଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରାଯାଇଛି । ଫଳରେ ଏହି ରାଜପଥର ଉଭୟପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଛି । ଏହାବ୍ୟତୀତ ବାରମୁଳା-ବନିହାଲ ରୁଟ୍‌ରେ ଟ୍ରେନସେବା ବାତିଲ କରାଯାଇଥିବାବେଳେ ଶ୍ରୀନଗର ଏୟାରପୋର୍ଟରେ ବିମାନସେବା ବାଧାପ୍ରାପ୍ତ ହୋଇଛି । ରନ୍‌ୱେ ଉପରେ ପ୍ରବଳ ବରଫ ଜମିଥିବାରୁ ବିମାନଗୁଡିକର ଉଡାଣ ଓ ଅବତରଣ ପ୍ରକ୍ରିୟାରେ ବାଧା ଉପୁଜିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କଶ୍ମୀର ଘାଟିରେ ବର୍ଷା ସାଙ୍ଗକୁ ତୁଷାରପାତ ଜାରି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି । ପ୍ରତିବର୍ଷ ଜାନୁଆରୀ ୩୦ ପର୍ଯ୍ୟନ୍ତ କଶ୍ମୀର ଘାଟିରେ ପ୍ରବଳ ଶୀତଲହରୀ ଦେଖିବାକୁ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking