ଲକ୍ଷ୍ନୌ: ମଙ୍ଗଳବାର ସନ୍ଧ୍ୟାରେ ୟୁପିର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଦୁର୍ଘଟଣା ଘଟିଛି । ୱଜିର ହସନ ରୋଡରେ ଥିବା ଏକ ପାଞ୍ଚ ମହଲା କୋଠା ହଠାତ ଭୁଶୁଡି ପଡିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ଜଣ ଲୋକ ତଳେ ଦବି ରହିଥିବା କୁହାଯାଉଛି । ଦୁର୍ଘଟଣାର ସୂଚନା ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳକୁ ଦିଆଯିବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ସହିତ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଠାଟି ହଠାତ ଭୁଶୁଡି ପଡ଼ିଥିବା ଆଶଙ୍କା କରାଯାଉଛି । ଏହା ପଛର କାରଣ ଜଣାପଡ଼ିନାହିଁ । ଏପର୍ଯ୍ୟନ୍ତ ୩ଜଣଙ୍କ ମୃତଦେହ ମିଳିଛି, ଯାହାକୁ ଡାକ୍ତରଖାନା ପଠାଯାଇଛି । ଏବେ ଏନଡିଆରଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।
मुख्यमंत्री श्री @myogiadityanath जी महाराज ने लखनऊ में एक पुरानी बिल्डिंग के गिरने की दुर्घटना का संज्ञान लेते हुए जिला प्रशासन के वरिष्ठ अधिकारियों के साथ ही SDRF व NDRF की टीमों को मौके पर जाकर राहत कार्य संचालित करने के निर्देश दिए हैं।
— Yogi Adityanath Office (@myogioffice) January 24, 2023