17.7 C
Bhubaneswar
Friday, December 27, 2024
Homeଖେଳଧାରଣାରୁ ଓହରିଲେ କୁସ୍ତି ଯୋଦ୍ଧା; ଯାଞ୍ଚ ପାଇଁ କ୍ରୀଡା ମନ୍ତ୍ରଣାଳୟର ସ୍ୱତନ୍ତ୍ର କମିଟି

ଧାରଣାରୁ ଓହରିଲେ କୁସ୍ତି ଯୋଦ୍ଧା; ଯାଞ୍ଚ ପାଇଁ କ୍ରୀଡା ମନ୍ତ୍ରଣାଳୟର ସ୍ୱତନ୍ତ୍ର କମିଟି

ନୂଆଦିଲ୍ଲୀ: ଯାଞ୍ଚ ଶେଷ ହେବା ଯାଏଁ ବ୍ରିଜଭୂଷଣ ଶରଣ ସିଂ ରେସଲିଙ୍ଗ ଫେଡେରେସନ୍ ଅଫ୍ ଇଣ୍ଡିଆର ସମସ୍ତ କାର୍ଯ୍ୟରୁ ଦୂରେଇ ରହିବେ । ଘଟଣାର ଯାଞ୍ଚ କରିବାକୁ ଭାରତୀୟ ଅଲମ୍ପିକ୍ ସଂଘ ପରେ ଏବେ କ୍ରୀଡା ମନ୍ତ୍ରଣାଳୟ ଗଠନ କରିଛି ସ୍ୱତନ୍ତ୍ର କମିଟି । କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଉପରେ ସମସ୍ତ ତଦନ୍ତ କରି କମିଟି ୪ ସପ୍ତାହରେ ରିପୋର୍ଟ ଦେବ । ସେଯାଏଁ ବ୍ରିଜଭୂଷଣ ଡବ୍ଲୁଏଫଆଇର ସମସ୍ତ କାର୍ଯ୍ୟରୁ ବିରତ ରହିବେ । ଏହା ଘୋଷଣା ପରେ ସମସ୍ତ କୁସ୍ତି ଯୋଦ୍ଧା ଜନ୍ତରମନ୍ତରରୁ ଧାରଣାରୁ ଓହରିଛନ୍ତି ।

ସୂଚନା ମୁତାବକ, ଡବ୍ଲୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି କୁସ୍ତି ସଂଘ ଜନ୍ତରମନ୍ତରରେ ୩ ଦିନ ହେବ ଧାରଣାରେ ବସିଥିଲା । ହେଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଆଲୋଚନା କରିବା ପରେ କୁସ୍ତି ଯୋଦ୍ଧା ଧାରଣାରୁ ଉଠିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking