27.1 C
Bhubaneswar
Sunday, September 29, 2024
Homeମନୋରଞ୍ଜନରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମାମଲାରେ ହେବ ପରିବର୍ତ୍ତନ! ପୁନର୍ବିଚାର ପାଇଁ ୧ ମାସ ସମୟ ଦେଲେ...

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମାମଲାରେ ହେବ ପରିବର୍ତ୍ତନ! ପୁନର୍ବିଚାର ପାଇଁ ୧ ମାସ ସମୟ ଦେଲେ ହାଇକୋର୍ଟ

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ମାମଲାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ମାମଲାର ପୁନଃବିଚାର କରି ବିଚାରକମଣ୍ଡଳୀ ୩୧ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ-୨୦୧୯ ଘୋଷଣା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନୂଆ ତାଲିକାରେ ଅନ୍ୟ ଭାଷାରୁ ରୂପାନ୍ତରିତ ସିନେମା ‘ଖୁସି’ ଓ ‘ଗୋଲମାଲ ଲଭ୍‍’ କୁ ବାଦ୍‍ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଡକ୍ଟର ଜଷ୍ଟିସ୍‍ ସଞ୍ଜୀବ୍‍ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସୂଚନା ଅନୁସାରେ, ଛବିରାଣୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବବି ଇସ୍‍ଲାମ୍‍ଙ୍କ ପକ୍ଷରୁ ଚଳଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏକ ମାମଲା ଦାୟର କରିଥିଲେ। ଏଥିରେ ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ମଧ୍ୟ ବହୁଚର୍ଚ୍ଚିତ ଛବିରାଣୀ ଘଟଣା ଉପରେ ନିର୍ମିତ ଓଡ଼ିଆ ସିନେମାକୁ କୌଣସି ବର୍ଗରେ ସମ୍ମାନ ପାଇଁ ଚୟନ କରାଯାଇ ନଥିବା ସେ ଅଭିଯୋଗ ଆଣିଥିଲେ। ଏହାସହ ବିଚାରକ ମଣ୍ଡଳୀ ଏହାର ପୁନଃବିଚାର କରିବାକୁ ଆବେଦନରେ ଦର୍ଶାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking