26.1 C
Bhubaneswar
Sunday, June 8, 2025
Homeଅପରାଧବ୍ୟାଙ୍କ ଲୁଟେରାଙ୍କୁ ଗିରଫ କରି ଯୋଜନା ପଣ୍ଡ କଲେ ବିହାରର ୨ ଲେଡି ସିଂଘମ

ବ୍ୟାଙ୍କ ଲୁଟେରାଙ୍କୁ ଗିରଫ କରି ଯୋଜନା ପଣ୍ଡ କଲେ ବିହାରର ୨ ଲେଡି ସିଂଘମ

ବିହାର: ବିହାର ବୈଶାଳୀରେ ୨ ମହିଲା ସିପାହୀଙ୍କ ପାଇଁ ଏକ ବଡ ଧରଣର ବ୍ୟାଙ୍କ ଲୁଟ ହେବାରୁ ବଞ୍ଚିଗଲା । ନିଜ ଜୀବନକୁ ବାଜି ଲଗାଇ ଲୁଟେରାଙ୍କୁ ନିଜ ରାଇଫଲରେ କାବୁ କରିନେଇଥିଲେ । ଫଳରେ କେବଳ ଧନ ନୁହେଁ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଗଲା । ଏବେ ଏହି ଦୁଇ ମହିଳା ସିପାହୀଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ସିକ୍ୟୁରିଟି ଫୁଟେଜ୍‌ କ୍ୟାମେରାରେ ଉତ୍ତୋଳିତ ଭିଡି‌ଓରୁ ଜଣାପଡ଼ିଛି, ସଦର ଥାନା ଅଞ୍ଚଳର ସେନ୍ଦୁଆରି ଚୌକ୍‌ରେ ଥିବା ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ୍‌ର ପ୍ରବେଶ ପଥରେ କନେଷ୍ଟବଳ ଜୁହି କୁମାରୀ ଓ ଶାନ୍ତି କୁମାର ବସିଥିଲା ବେଳେ ୩ଜଣ ଲୋକ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। କାଗଜପତ୍ର ଦେଖାଇବାକୁ କହିବାରୁ ତିନିଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପିସ୍ତଲ ବାହାର କରିଥିଲେ। ତତ୍‌କ୍ଷଣାତ୍‌, ଜୁହି ଓ ଶାନ୍ତି ଉଠିପଡ଼ି ସେମାନଙ୍କୁ ମୁକାବିଲା କରିଥିଲେ। ଜୁହି କହନ୍ତି, ୩ଜଣଙ୍କର ବ୍ୟାଙ୍କରେ କ’ଣ କାମ ଅଛି ବୋଲି ମୁଁ ପଚାରିବାରୁ ସେମାନେ ହଁ ବୋଲି କହିଲେ। ମୁଁ ସେମାନଙ୍କୁ ପାସ୍‌ ବୁକ୍‌ ଦେଖାଇବାକୁ କହିବାରୁ ସେମାନେ ପିସ୍ତଲ୍‌ ବାହାର କଲେ। ଏହାପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଲା ବେଳେ ଜୁହି ଆହତ ହୋଇଥିଲେ। ସେତେବେଳକୁ ଭୟଭୀତ ‌ହୋଇଯାଇଥିବା ଡକାୟତମାନେ ବ୍ୟାଙ୍କ୍‌ ଡକାୟତି ନ କରି ଦୌଡ଼ି ପଳାଇଥିଲେ।

ଶାନ୍ତି କହନ୍ତି, ସେମାନେ ଆମ ରାଇଫଲ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଆମେ ଠିକ୍‌ କରିଥିଲୁ, ଯାହା ହେଉ ପଛକେ ଆମେ ସେମାନଙ୍କୁ ବ୍ୟାଙ୍କ୍‌ ଲୁଟ୍‌ କରାଇ ଦେବୁ ନାହିଁ କି, ଆମ ଅସ୍ତ୍ର ଛାଡ଼ିବୁ ନାହିଁ। ଜୁହି ତା’ର ରାଇଫଲ୍‌ ଉଠାଇ ଗୁଳି ମାରିବାକୁ ଯାଉଥିବା ବେଳେ ସେମାନେ ଧାଇଁ ପଳାଇଗଲେ। ବରିଷ୍ଠ ପୁଲିସ ଅଧିକାରୀ ଓମ୍‌ ପ୍ରକାଶ କହିଛନ୍ତି, ଦିନ ପ୍ରାୟ ୧୧ଟା ବେଳେ ୩ଜଣ ବ୍ୟକ୍ତି ସେନ୍ଦୁଆରି ସ୍ଥିତ ବ୍ୟାଙ୍କ୍‌ ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ଆମ ମହିଳା କନେଷ୍ଟବଳମାନେ ଅସାଧାରଣ ସାହତ ପ୍ରଦର୍ଶନ କରି ସେମାନଙ୍କୁ ଘଉଡ଼ାଇ ଦେଲେ। ଗୁଳିକାଣ୍ଡ ଘଟିନି। କନେଷ୍ଟବଳ ଦୁହିଁଙ୍କୁ ପୁରସ୍କାର ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking