37.1 C
Bhubaneswar
Saturday, May 18, 2024
Homeସାଧାରଣତନ୍ତ୍ର ଦିବସ -2023ଗଣତନ୍ତ୍ର ଦିବସରେ ଭାରତ ଦେଖିବ ସେନା ଶକ୍ତି; ପ୍ୟାରେଡରେ ସାମିଲ ହେବେ ୯ଟି ରାଫେଲ

ଗଣତନ୍ତ୍ର ଦିବସରେ ଭାରତ ଦେଖିବ ସେନା ଶକ୍ତି; ପ୍ୟାରେଡରେ ସାମିଲ ହେବେ ୯ଟି ରାଫେଲ

ନୂଆଦିଲ୍ଲୀ: ଦିଲ୍ଲୀର କର୍ତ୍ତର୍ବ୍ୟପଥରେ ପ୍ରତିବର୍ଷ ଆୟୋଜିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଦେଖିବାକୁ କେବଳ ଦିଲ୍ଲୀ ନୁହେଁ ବରହ ସାରା ଦେଶରୁ ଲୋକ ଭିଡ ଜମାଇଥାନ୍ତି । ଚଳିତ ବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡରେ ୫୦ଟି ବିମାନ ଭାଗ ନେବ ବୋଲି ଜଣାପଡିଛି । ଯାହା ମଧ୍ୟରେ ୯ଟି ରାଫାଲ, ନେଭିର ଆଇଏଲ-୩୮ ପ୍ରଦର୍ଶନ କରିବ ।

ଭାରତୀୟ ଆକାଶବାହିନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଆଇଏଲ-୩୮ ନୌସେନାର ଏକ ପୁରୁଣା ବିମାନ । ଯେ କି, ୪୨ ବର୍ଷ ଧରି ନୌସେନାର ସେବା କରୁଛି । ଚଳିତ ସାଧାରଣ ତନ୍ତ୍ର ଦିବସରେ ଏହା ପ୍ରଥମ ଓ ଶେଷଥର ପାଇଁ ପ୍ରଦର୍ଶିତ କରାଯିବ । ଏଥର ମୋଟ ୩ଟି ସେନାର ୫୦ ଟି ବିମାନ ପ୍ୟାରେଡରେ ଭାଗନେବେ । ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନା ଏକ ମେଢକୁ ବି ଅନାବରଣ କରିଛି । ଏହାକୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରର୍ଦଶିତ କରାଯିବ ।

ସୂଚନା ଥାଉକି ଗତବର୍ଷ ରାଜପଥର ନାମ ପରିବର୍ତନ କରାଯାଇ କର୍ତ୍ତବ୍ୟପଥ କରାଯାଇଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ପ୍ୟାରେଡ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ୟାରେଡରେ ମୁଖ୍ୟ ଆକର୍ଷଣ ସାଜିବ ରାଫାଲ ଯୁଦ୍ଧ ବିମାନ । ସେପଟେ ଭାରତୀୟ ବାୟୁସେନାର ୧୪୪ ଜଣ ଯବାନଙ୍କର ନେତୃତ୍ୱ ନେବେ ୩୨ ବର୍ଷିୟ ସ୍କ୍ୱାର୍ଡନ ଲିଡର ସିନ୍ଧୁ ରେଡ୍ଡୀ , ଏଥିରେ ୩ଜଣ ଅତିରିକ୍ତ ଅଧିକାରୀ, ଫ୍ଲାଇଟ ଲେଫ୍ଟନାଣ୍ଟ ଆୟୁଷ ଅଗ୍ରୱାଲ, ଫ୍ଲାଇଟ ଲେଫ୍ଟନାଣ୍ଟତନୁଜ ମଲ୍ଲିକ ଓ ଫ୍ଲାଇଟ ଲେଫ୍ଟନାଣ୍ଟପ୍ରଧାନ ନିଖିଲ ନେତୃତ୍ୱ ନେବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking