ନୂଆଦିଲ୍ଲୀ : ନତାଜୀ ସୁଭାଷ ଚନ୍ଦ୍ର ବୋଷ ଗୋଟିଏ ପାର୍ଶ୍ୱରେ ରାଜନୀତି ଓ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିଲେ ଓ ଅନ୍ୟ ପାର୍ଶ୍ୱରେ ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ । ସେ ପ୍ରତିଦିନ ଯୋଗ ଅଭ୍ୟାସ କରୁଥିଲେ । ତାଙ୍କ କିଶୋର ଜୀବନ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲା । ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା ସମୟରେ ଯେତେବେଳେ ସେ ଜାପାନରେ ଥିଲେ । ସେତେବେଳେ ପ୍ରତିଦିନ ନିଜ କୋଠରୀରେ ଯୋଗ ଅଭ୍ୟାସ କରୁଥିଲେ । ଏହା ପରେ ସେ ଏକାକୀ ରହିବାକୁ ପସନ୍ଦ କଲେ । ଯଦିଓ ସେ ସର୍ବଦା ଲୋକଙ୍କ ମଧ୍ୟରେ ଥିଲେ କିନ୍ତୁ ରାତିରେ ଏକୁଟିଆ ରହିବା ମାତ୍ରେ ସେ ଧ୍ୟାନରେ ଅବତୀର୍ଣ୍ଣ ହୋଇଯାଉଥିଲେ ।
ସୁଭାଷ ଚନ୍ଦ୍ର ବୋଷ ସର୍ବଦା ଯେଉଁ ଜିନିଷ ଗୁଡିକ ନିଜ ପାଖରେ ରଖୁଥିଲେ ତାହା ମଧ୍ୟରେ ଭଗବଦ୍ ଗୀତା ମଧ୍ୟ ଥିଲା । ଯାହାକୁ ସେ ପ୍ରତିଦିନ ପଢୁଥିଲେ । ଏହାଦ୍ୱାରା ତାଙ୍କୁ ଶାନ୍ତି ଓ ଶକ୍ତି ମିଳୁଥିଲା । ସେହି ଅନୁଯାୟୀ ସେ କାମ କରିବାକୁ ଭଲ ପାଉଥିଲେ ।
ସେ ସାଧାରଣତଃ ରାତିରେ ଖାଇବା ପରେ ବିଶ୍ରାମ ନେଇଥିଲେ । ସେହି ସମୟରେ ସେ ସାଧାରଣତଃ ବହୁତ କମ୍ ଲୋକଙ୍କୁ ଭେଟିବାକୁ ପସନ୍ଦ କରିଥିଲେ । ଯଦିଓ କେହି ଆସିଯାଉଥିଲେ ସେତବେଳେ ତାଙ୍କୁ ପ୍ରାୟତଃ ମୌନ ଦେଖିବାକୁ ପାଉଥିଲେ । ସେତେବେଳେ ସେ ବହୁତ କମ୍ କଥା କହୁଥିଲେ । ସେହି ସମୟରେ ସେ ସାଧାରଣତଃ ଶାନ୍ତି ଚାହୁଁଥିଲେ । ସେ ସେହି ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଯିଏ ପ୍ରତିଦନ ବିଳମ୍ବିତ ରାତ୍ରିରେ ଶୟନ କରୁଥିଲେ । ସାଧାରଣତଃ ସେ ପ୍ରତିଦିନ ରାତି ୨ ରୁ ୩ଟା ସମୟ ମଧ୍ୟରେ ଶୋଇବାକୁ ଯାଉଥିଲେ । କିନ୍ତୁ ଯେତେବେଳେ ସେ ଶୋଇ ଉଠୁଥିଲେ ସେତବେଳେ ତାଙ୍କ ମୁହଁ ଓ ଆଖିରେ ଉଜ୍ୱଳତା ଦେଖିବାକୁ ମିଳୁଥିଲା । ଶୋଇବା ସମୟରେ ସେ ଦିନସାରା ନିଜ କାର୍ଯ୍ୟର ଆଧ୍ୟାତ୍ମିକ ସମୀକ୍ଷା ମଧ୍ୟ କରୁଥିଲେ ।
ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା ସମୟରେ ଲୋକମାନେ ନେତାଜୀ ବିଷୟରେ କହୁଥିଲେ ଯେ ସେ ସାଧାରଣ ସୈନିକମାନଙ୍କ ସହ ବସି ସମାନ ସରଳ ଖାଦ୍ୟ ଖାଉଥିଲେ । ଯଦି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ତାଙ୍କୁ ଭେଟିବାକୁ ଆସନ୍ତି ତେବେ ସେ ସେମାନଙ୍କ ସହିତ ଅଲଗା ଭୋଜନ କରୁଥିଲେ ।
ସେ ଚା ଓ କଫି ପ୍ରତି ବହୁତ ଭଲ ପାଉଥିଲେ । ଯେତେବେଳେ ସେ କୋଲକାତାର ନିଜ ଘରେ ରହୁଥିଲେ ସେତବେଳେ ଦିନକୁ ୨୦ ରୁ ୨୫ କପ୍ ଚା ପିନେଇଥା’ନ୍ତି । ଯଦିଓ ସେ ସିଗାରେଟ୍ ଟାଣୁଥିଲେ । ବେଳେବେଳେ ଚାପର ମୁହୂର୍ତ୍ତରେ ତାଙ୍କୁ ଶାନ୍ତିରେ ଧୂମପାନ କରୁଥିବାର ତାଙ୍କୁ ଲୋକମାନେ ଦେଖୁଥିଲେ । ତେବେ ତାଙ୍କ ସହ ରହୁଥିବା ଲୋକମାନେ କହୁଥିଲେ ଯେ ସେ କ୍ୱଚିତ୍ ନିଜର କ୍ରୋଧ ପ୍ରକାଶ କରୁଥିଲେ । ସେ ସର୍ବଦା ଥଣ୍ଡା ଓ ଶାନ୍ତ ଥିଲେ । ସେ ପଢିବାକୁ ବହୁତ ଭଲ ପାଉଥିଲେ । ଜେଲରେ ରହିବା ସମୟରେ ସେ ବିଭିନ୍ନ ପ୍ରକାରର ପୁସ୍ତକ ପଢୁଥିଲେ । ସେ ସମସ୍ତ ବିଷୟ ପ୍ରତି ଆଗ୍ରହୀ ଥିଲେ । ବିଶେଷକରି ସାରା ବିଶ୍ୱରେ କ’ଣ ଘଟୁଛି ତାହା ଜାଣିବାକୁ ସେ ବହୁତ ଆଗ୍ରହୀ ଥିଲେ । ସେ ଯେତିକି ପଢୁଥିଲେ ସେତିକି ମଧ୍ୟ ଲେଖୁଥିଲେ ଓ ସମସ୍ତ ବିଷୟ ଉପରେ ବିଶ୍ଳେଷଣ ଧାରଣ କରିଥିବା ପ୍ରବନ୍ଧ ମଧ୍ୟ ଲେଖିଥିଲେ । ତାଙ୍କର ପ୍ରବନ୍ଧଗୁଡ଼ିକ ସେତେବେଳେ ଅନେକ ଦେଶ ତଥା ବିଦେଶୀ ଖବରକାଗଜରେ ପ୍ରକାଶିତ ହୋଇଥିଲା ।
ସୁଭାଷ ଚନ୍ଦ୍ର ବୋଷ ମା କାଳୀଙ୍କ ଭକ୍ତ ଥିଲେ । ଏହା ମଧ୍ୟ କୁହାଯାଏ ଯେ ସେ ତନ୍ତ୍ର ସାଧନା ଶକ୍ତି ଉପରେ ବିଶ୍ୱାସ କରୁଥିଲେ । ଯେତେବେଳେ ସେ ମିଆଁମାରରେ ମଣ୍ଡଳା ଜେଲରେ ଥିଲେ ସେତେବେଳେ ସେ ତନ୍ତ୍ର-ମନ୍ତ୍ର ସମ୍ବନ୍ଧୀୟ ଅନେକ ପୁସ୍ତକ ମଗାଇ ପଢୁଥିଲେ । ଲିଓନାର୍ଡ ଗାର୍ଡେନ୍ ନିଜ ପୁସ୍ତକରେ କହିଛନ୍ତି ଯେ ଯଦିଓ ସୁଭାଷ ଧର୍ମ ଉପରେ କୌଣସି ବିବୃତ୍ତି ଦେଇନାହାଁନ୍ତି ହିନ୍ଦୁ ଧର୍ମ ତାଙ୍କ ପାଇଁ ଭାରତୀୟ ଧର୍ମର ଏକ ଅଂଶ ଥିଲା । ଗାର୍ଡେନ୍ ଏହି ପୁସ୍ତକରେ ଲେଖିଥିଲେ ଯେ ସୁଭାଷ ବୋଷ ମା ଦୁର୍ଗା ଓ କାଳୀଙ୍କ ଭକ୍ତ ଥିଲେ । ଯାହା ସୁଭାଷଙ୍କୁ ମଧ୍ୟ ପ୍ରଭାବିତ କରିଥିଲା । ସେ ଦୁହିଁଙ୍କର ଉପାସକ ଥିଲେ । ସେ କୋଲକାତାର ଦୁର୍ଗା ପୂଜାକୁ ସର୍ବଦା ଅପେକ୍ଷା କରୁଥିଲେ ।