26.1 C
Bhubaneswar
Friday, July 4, 2025
Homeଓଡିଶାରାଜ୍ୟରେ କୁହୁଡି ପାଇଁ ୧୫ ତାରିଖ ସକାଳ ଯାଏଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ରାଜ୍ୟରେ କୁହୁଡି ପାଇଁ ୧୫ ତାରିଖ ସକାଳ ଯାଏଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଆରମ୍ଭ ହୋଇଯାଇଛି। ଟୁଇନସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୧୦୦ ମିଟରକୁ ଖସିଆସିଥିବା ବେଳେ ଯାନବାହନ ଚଳାଚଳ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ ନିକଟବର୍ତ୍ତୀ ରହିଛି। ଏହା ପ୍ରଭାବରେ ରାଜ୍ୟକୁ ଯଥେଷ୍ଟ ପରିମାଣରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଯାହା ରାଜ୍ୟରେ ତାପମାତ୍ରା ବୃଦ୍ଧି କରାଇବା ସହ କୁହୁଡ଼ି ପାଇଁ ସହାୟକ ହେଉଛି। ଏହାର ପ୍ରଭାବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଧିକ ରହିବାକୁ ଥିବା ବେଳେ ଘନ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଶନିବାର ସକାଳ ସୁଦ୍ଧା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ ଆଦିରେ ଘନ କୁହୁଡ଼ି ଆଶଙ୍କା ଥିବା ବେଳେ ୧୫ ତାରିଖ ସକାଳ ସୁଦ୍ଧା ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ କୁହୁଡ଼ି ସହିତ ରାଜ୍ୟରେ ଶନିବାର ସୁଦ୍ଧା ଆହୁରି ତାପମାତ୍ରା ବଢ଼଼ିବ ଓ ଶୀତ କମିବ। ଆଗାମୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବା ସହ ଶୀତ ପ୍ରକୋପ କମିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ୬ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୭ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking