ଝାରସୁଗୁଡା: ବିଶ୍ୱକପରେ ଯୋଗ ଦେବା ପାଇଁ ଝାରସୁଗୁଡାରେ ପହଞ୍ଚିଛନ୍ତି ହକି ଟିମ୍ । କୋରିଆର ସିନିୟର ଏବଂ ଭାରତର ଜୁନିୟର ଦଳ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିସାରିଛନ୍ତି । ତେବେ ଏହି ସମୟରେ ଉଭୟ ଦଳର ଖେଳାଳିମାନଙ୍କୁ ବିଶ୍ୱକପକୁ ନେଇ ଖୁବ ଉତ୍ସାହ ଦେଖାଯାଇଛି । ଝାରସୁଗୁଡାରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହାପରେ କଡା ସୁରକ୍ଷା ବଳୟ ଭିତରେ ଖେଳାଳିମାନଙ୍କୁ ରାଉରକେଲା ନିଆଯାଇଛି ।
ଆସନ୍ତା ଜାନୁୟାରୀ ୨୩ ତାରିଖରୁ ରାଉରକେଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଷ୍ଟାଡିୟମରେ କୋରିଆ ଏବଂ ଭାରତ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯିବ । ସେହିପରି ଜାନୁୟାରୀ ୨୪, ୨୬ ଏବଂ ୨୭ ତାରିଖରେ ଭାରତର ଜୁନିୟର ଟିମ୍ ସହ ଅଭ୍ୟାସ ମ୍ୟାଚ ଖେଳିବ ଟିମ୍ କୋରିଆ । ବୁଧବାର ଝାରସୁଗଡାରେ ଦୁଇ ଦଳର ୫୧ ଜଣ ଖେଳାଳି ପହଞ୍ଚିବା ପରେ ଆସନ୍ତାବର୍ଷ ହେବାକୁ ଥିବା ଜୁନିଅର୍ ହକି ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ଭଲ ଅଭିଜ୍ଞତା ଆଣିଦେବ ବୋଲି କହିଥିଲେ ଭାରତୀୟ ହକି ଦଳର ଅଧିନାୟକ କହିଛନ୍ତି। ଆସନ୍ତା ଜାନୁୟାରୀ ୧୩ରେ ରାଉରକେଲାରେ ପ୍ରଥମ ମ୍ୟାଚ୍ ପୂର୍ବରୁ ହକି ପ୍ରେମୀଙ୍କୁ ଉତ୍ସାହିତ କରିବା ବୋଲି ଦଳର କୋଚ କହିଛନ୍ତି।