ଇସଲାମାବାଦ: ଦୀର୍ଘ ୪ ବର୍ଷ ବିଦେଶରେ ସ୍ୱେଚ୍ଛାକୃତ ନିର୍ବାସନ ଦଣ୍ଡ ଭୋଗିବାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ଙ୍କ ପୁତ୍ର ସୁଲେମାନ ସରିଫ୍ ରବିବାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କର ଗିରଫଦାରୀ ଉପରେ ଇସଲାମାବାଦ ହାଇକୋର୍ଟ ନିଷେଧାଜ୍ଞା ଜାରି କରିବାର ଦିନକ ପରେ ସୁଲେମାନ ସ୍ୱଦେଶ ଫେରିଥିବା ଜଣାପଡିଛି । ପାକିସ୍ତାନ ମାଟିରେ ପାଦ ଦେବାପରେ ଉଲ୍ଲସିତ ସୁଲେମାନ ପିତାଙ୍କୁ ଆଲିଙ୍ଗନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଦୁର୍ନୀତି ମାମଲାରେ ଅଭିଯୁକ୍ତ ହେବାପରେ ସୁଲେମାନ ୨୦୧୮ରୁ ଲଣ୍ଡନରେ ଅବସ୍ଥାନ କରୁଥିଲେ ।