24.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ? ସଂସଦରେ ଉଠିଲା ଦାବି

ବନ୍ଦ ହେବ କି ୨୦୦୦ ଟଙ୍କିଆ ନୋଟ? ସଂସଦରେ ଉଠିଲା ଦାବି

ନୂଆଦିଲ୍ଲୀ: ୨,୦୦୦ ଟଙ୍କିଆ ନୋଟ ଉପରେ ଆସିଛି ସଂଘାତିକ ଅଭିଯୋଗ । ଏହି ୨୦୦୦ ଟଙ୍କିଆ ନୋଟ ଅଧିକାଂଶ ସମୟରେ ଅପରାଧିକ କାର୍ଯ୍ୟକଳାପ ଏବଂ ବେଆଇନ କାରବାରରେ ବ୍ୟବହାର କରାଯାଉଛି । ଏ ନେଇ ସଂସଦରେ ଦାବି କରି କହିଛନ୍ତି ଜଣେ ବିଜେପି ସାଂସଦ । ଏମିତିକି ପର୍ଯ୍ୟାୟକ୍ରମେ ଏହାକୁ ବନ୍ଦ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ କୁମାର ମୋଦୀ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ସୁଶୀଲ କହିଛନ୍ତି ଯେ, ବଜାରରେ ଗୋଲାପୀ ରଙ୍ଗର ୨,୦୦୦ ଟଙ୍କିଆ ନୋଟ ଖୁବ କମ୍ ଦେଖିବାକୁ ମିଳୁଛି । ଏଟିଏମରେ ମଧ୍ୟ ଅଧିକ ଉପଲବ୍ଧ ରହିପାରୁନାହିଁ । ତେଣୁ ଏହାର ପ୍ରଚଳନକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ତେଣୁ ଏ ନେଇ ପ୍ରକୃତ ତଥ୍ୟ ସାମନାକୁ ଆଣିବା ସହ ଲୋକମାନଙ୍କୁ ସ୍ପଷ୍ଟ ସୂଚନା ଦେବା ପାଇଁ ସରକାରଙ୍କୁ ସେ ଦାବି କରିଛନ୍ତି ।

ଗତ ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରି ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ । ଏହାର କିଛି ଦିନ ମଧ୍ୟରେ ନୂଆ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ସହିତ ୨୦୦୦ ଟଙ୍କିଆ ନୋଟ ମଧ୍ୟ ମାର୍କେଟକୁ ଆଣିଥିଲେ । ତେବେ ଗତ ତିନି ବର୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ଛାପିବା ବନ୍ଦ କରି ଦେଇଥିବା କହିଛନ୍ତି ମୋଦୀ । ସେ କହିଛନ୍ତି ଯେ, ଅଧିକାଂଶ ଲୋକେ ଏହି ନୋଟକୁ ଜମା କରି ରଖୁଛନ୍ତି, ଏବଂ କେବଳ ବେଆଇନ କାରବାରରେ ଏହା ବ୍ୟବହାର କରାଯାଉଛି ।

ଭାରତରେ ୨,୦୦୦ ନୋଟ୍ ର ପ୍ରଚାରର ବର୍ତ୍ତମାନ କୌଣସି ଅର୍ଥ ନାହିଁ । ବର୍ତ୍ତମାନ ସରକାର ଡିଜିଟାଲ କାରବାରକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ୨,୦୦୦ ନୋଟ୍ ଧୀରେ ଧୀରେ ପର‌୍ୟ୍ୟାୟଭୁକ୍ତ ହେବା ଉଚିତ୍। ଜନସାଧାରଣଙ୍କୁ ସରକାର ଏକ ସୁଯୋଗ ଦେବା ଉଚିତ ବୋଲି ସେ ଦାବି କରିଛନ୍ତି । ୨,୦୦୦ ନୋଟକୁ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ଅନ୍ୟ ନୋଟ୍ ସହିତ ବଦଳାଇ ପାରିବେ। ଏହା ଦ୍ୱାରା ଦେଶରେ କଳାବଜାରୀ ଉପରେ ମଧ୍ୟ ରୋକ ଲଗାଯାଇ ପାରିବ ବୋଲି ମୋ ଦାବୀ କରି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking