24.1 C
Bhubaneswar
Friday, January 10, 2025
Homeଓଡିଶାବାଲି ଖାଦାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁକୁ ନେଇ ଉତେଜନା

ବାଲି ଖାଦାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁକୁ ନେଇ ଉତେଜନା

ଯାଜପୁର : ବାଲି ଖାଦାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ କୁ ନେଇ ଉତେଜନା ଦେଖି ବାକୁ ମିଳିଛି ଯାଜପୁର ଜିଲା ମୁଳାପାଳ ପଂଚାୟତର ବୈତରଣୀ ନଦୀ ବାଲି ଖାଦାନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଖାଦାନର ଗୋଷ୍ଠୀ ବାଲି ଚାଲାଣ ପାଇଁ ଲଗାଯାଇଥିବା ଗଛ ଗୁଡିକୁ କଟାଯିବାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଉତେଜନାମୂଳକ ରହିଥିବା ଦୃଷ୍ଟି ରୁ ପୋଲିସ ଉପସ୍ଥିତିରେ ତହସିଲ ପ୍ରଶାସନ ପକ୍ଷରୁ ମାପଚୁପ କରାଯାଇଛି ।

ମୁଳାପାଳ ପଂଚାୟତରେ ବାଲି ଚାଲାଣ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ବୈତରଣୀ ନଦୀ ର ରଣପାଳ ଓ ଧନ୍ତିରି ବାଲିଘାଟ ପାଇଁ ନିଲାମ ସରିଛି । ରଣପାଳ ବାଲିଘାଟ କୁ ଲିଙ୍ଗେଶ୍ୱର ଉନ୍ନୟନ କମିଟି ପରିଚାଳନା କରୁଛି । କିନ୍ତୁ ଧନ୍ତିରି ବାଲିଘାଟ ନିଲାମଧାରୀ ବାଲି ଚାଲାଣ ପାଇଁ ରାସ୍ତା ନିର୍ମାଣ ପାଇଁ ପୂର୍ବରୁ ଲାଗିଥିବା ଗଛ କାଟିଥିବା ଅଭିଯୋଗ ହୋଇଛି । ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ଲଗାଯାଇଥିବା ଗଛ କଟାଯିବାକୁ ନେଇ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତୁରନ୍ତ ଗଛକାଟିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ତଦନ୍ତ ଦାବୀରେଲୋକ ମାନେ ମାଫିଆ ହଟାଓ ଗଛ ବଞ୍ଚାଓ ନାରା ଦେଇ ଆନ୍ଦୋଳନ କରି ଅଡିବସିଥିଲେ ଗ୍ରାମବାସୀ ।

ଲିଙ୍ଗେଶ୍ୱର କମିଟି ପକ୍ଷରୁ ଘଟଣା ନେଇ ଥାନାରେ ଅଭିଯୋଗ ସହିତ ପ୍ରଶାସନ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଘଟଣାସ୍ଥଳରେ ବ୍ୟାସନଗର ତହସିଲଦାର ଓ ପାଣିକୋଇଲି ପୋଲିସ ପହଂଚି ମାପଚୁପ କରିବା ସହିତ ଘଟଣାର ତଦନ୍ତ କରିଛନ୍ତି । ସେପଟେ ସରକାରୀ ଜାଗାରେ କାହା ଅନୁମତିରେ ଗଛ ଲଗାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ନିଲାମଧାରୀ ଗୋଷ୍ଠୀ ।

ବାଲି ଖାଦାନ ଚାଲିବା ପାଇଁ ପ୍ରଶାସନ ରାସ୍ତା ଯୋଗାଇଦେବା ପାଇଁ ଦାବୀ କରିଛନ୍ତି । ଘଟଣା ନେଇ ତଦନ୍ତ କରିବା ପରେ ଉଭୟ ନିଲାମଧାରୀ ଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ଦିଆଯାଇଛି ଏବଂ ଗଛର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରତିଶୃତି ଦେଇଛନ୍ତି । ଗଛ କାଟିବା ପାଇଁ କାହାର ଅନୁମତି ଆଣି ଛନ୍ତି ଗ୍ରାମ ବାସୀ ମାନେ ପ୍ରଶ୍ନ ଉଠାଇ ଛନ୍ତି ଗଛ କାଟି ଥିବା ମାଫିଆ ମାନେ ରାତ୍ରି କାହିଁକି ଗଛ କାଟିଲେ ପରିବେଶ କୁ ନଷ୍ଟ କରୁ ଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରା ନ ଗଲେ ଅନ୍ଧୋଲନ ନୂଆ ମୋଡ଼ ନେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମ ର ମହିଳା ମାନେ ବିଭିନ୍ନ ଗଣ ମାଦ୍ୟମ କୁ କହିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking