22.1 C
Bhubaneswar
Friday, January 10, 2025
Homeଘଟଣାବଳୀ-୨୦୨୨ପଦରୁ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ; କ୍ଷମତାରେ ମାତ୍ର ୪୫ ଦିନ

ପଦରୁ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ; କ୍ଷମତାରେ ମାତ୍ର ୪୫ ଦିନ

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ ଟ୍ରସ । ଶପଥ ନେବାର ମାତ୍ର ୪୫ ଦିନ ପରେ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନରୁ ଏ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଇସ୍ତଫା ପରେ ଲିଜ ଟ୍ରସ ଏ ନେଇ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ନିଜ ପ୍ରତିଶୃତି ପୂରଣ କରି ନ ପାରିବାରୁ ସେ ଏମିତି ଏକ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ଇସ୍ତଫା ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ମୋତେ ଅନୁଭବ ହେଉଛି କି ମୁଁ ଜନତାଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରି ପାରି ନାହିଁ । ତେଣୁ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି । ତେବେ ସେ ଜୋର ଦେଇ କହିଛନ୍ତି ଯେ, ଯେବେ ମୁଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲି, ସେ ସମୟରେ ଦେଶର ଆର୍ଥିକ ସ୍ଥିରତା ନଥିଲା । ତେଣୁ ବିଲ କିପରି ଜମା କରାଯିବ ଏ ନେଇ ପରିବାରକୁ ଖୁବ ଚିନ୍ତା ଲାଗି ରହୁଥିଲା । ଲିଜ କହିଛନ୍ତି ଯେ, ଆମେ ଟାକ୍ସ କମ୍ କରିବା ପାଇଁ ସ୍ୱପ୍ନ ଦେଖିଥିଲୁ ଏବଂ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଚେଷ୍ଟା କରିଥିଲୁ । କିନ୍ତୁ ମୋତେ ଲାଗୁଛି ବର୍ତ୍ତମାନ ଏହି ପରିବର୍ତ୍ତନ ଆଣିବାରେ ସଫଳ ହୋଇନାହିଁ । ତେଣୁ ପ୍ରଧାନମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେଉଛି ବୋଲି କହିଛନ୍ତି ଲିଜ ଟ୍ରସ ।

ସୂଚନା ଅନୁସାରେ, କଞ୍ଜର୍ଭେଟିଭ ପାର୍ଟିର ୫୩୦ ସଦସ୍ୟମାନଙ୍କର ସବ୍ରେକ୍ଷଣରେ ମଧ୍ୟ ଏହା ଦେଖା ଯାଇଥିଲା । ଏମାନଙ୍କ ମଧ୍ୟରୁ ପ୍ରାୟ ୫୨ ପ୍ରତିଶତ ସଦସ୍ୟ ଲିଜଙ୍କ ଇସ୍ତଫା ସପକ୍ଷରେ ରହିଥିଲେ । ଏବେ ଲିଜଙ୍କ ପରେ କିଏ ବ୍ରିଟେନର ପ୍ରଧମ୍ମନ୍ତ୍ରୀ ସିଂହାସନ ଅକ୍ତିଆର କରିବ ସେ ନେଇ ଆଲୋଚନା ବୃଦ୍ଧି ପାଇଛି । ଏବେ ଏହି ଦୌଡରେ ଋଷି ସୁନକଙ୍କୁ ବଡ ଦାବିଦାର ବୋଲି କୁହାଯାଉଛି । ଲିଜ ଟ୍ରସଙ୍କ ବିପକ୍ଷରେ ନିର୍ବାଚନ ହାରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କଡା ଟଠକ୍କର ଦେଖିବାକୁ ମଳିଥିଲା । ତେଣୁ ତାଙ୍କୁ ଏହି ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତାଙ୍କ ବ୍ୟତୀତ ବୋରିସ ଜନସନଙ୍କ ନାମ ମଧ୍ୟ ଏହି ଦୌଡରେ ସାମିଲ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking