17.1 C
Bhubaneswar
Friday, January 10, 2025
Homeଓଡିଶାଅଶୋକଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ଅଶୋକଙ୍କୁ ମିଳିଲା ନୂଆ ଜୀବନ, ସାହା ହେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତ ଜନୈକ ଯୁବକ ଅଶୋକଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର । ଜୀବନ ଜିଇବା ଦୁର୍ବିସହ ହୋଇପଡ଼ିଥିଲା ତାଙ୍କର, ତାଙ୍କ ଜୀବନକୁ ସହଜ କରିବା ପାଇଁ ଆଶାର ଆଲୋକ ସାଜି ଓଡ଼ିଶା-ମୋ ପରିବାର ଯୋଗାଇଦେଲା “କୃତ୍ରିମ ଅଙ୍ଗ”

ସୂଚନା ଯୋଗ୍ୟ, ଯାଜପୁର ଜିଲ୍ଲାର ବାସିନ୍ଦା ୩୯ବର୍ଷିୟ ଅଶୋକ ମହାନ୍ତି ୨୦୧୩ ମସିହାରେ ଏକ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁଠାରେ ତାଙ୍କ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କ ଗୋଡ଼ର ହାଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଡାକ୍ତର ଗୋଡ଼ କାଟିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ତାଙ୍କ ବାମ ଗୋଡ଼ର ଆଣ୍ଠୁ ଉପର ଭାଗ ଏବଂ ଡାହାଣ ଗୋଡ଼ର ଆଣ୍ଠୁ ତଳ ଭାଗ ସମ୍ପୂର୍ଣ୍ଣ କଟାଯାଇଥିଲା ।
ସେ ପ୍ରଥମେ ଏକ ହସ୍ପିଟାଲରେ କୃତ୍ରିମ ଗୋଡ଼ ଲଗାଇଥିଲେ । ଯେହେତୁ ସେହି ଗୋଡ଼ ବହୁତ ଓଜନ ଥିଲା,ସେଥିପାଇଁ ତାଙ୍କୁ ଚଲାବୁଲା କରିବାକୁ ବହୁତ ଅସୁବିଧା ହେଉଥିଲା । ସେ ସେହି କୃତ୍ରିମ ଗୋଡ଼ର ବ୍ୟବହାର କରିବା ବନ୍ଦ କରିଦେଇଥିଲେ । ତାଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ସେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ସାମନ୍ତରାୟ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହିତ ସମନ୍ଵୟ ରକ୍ଷା କରି କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଥିଲା । ତାଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯିବା ସମୟରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା ମୋ ପରିବାର ଟିମ୍ ଉପସ୍ଥିତ ଥିଲେ ।
କୃତ୍ରିମ ଗୋଡ଼ ପାଇବା ପରେ ଅଶୋକଙ୍କ ମୁହଁରେ ହସର ଲହରୀ ଖେଳି ଯାଇଥିଲା ଏବଂ କୃତ୍ରିମ ଗୋଡ଼ରେ ଚାଲିବା ପରେ ସେ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking