21.1 C
Bhubaneswar
Sunday, December 22, 2024
Homeଦେଶ ବିଦେଶଧିରେଧିରେ ସୁସ୍ଥ ହେଉଛନ୍ତି ସଲମାନ ରସଦି

ଧିରେଧିରେ ସୁସ୍ଥ ହେଉଛନ୍ତି ସଲମାନ ରସଦି

ନୂଆଦିଲ୍ଲୀ : ୭୫ ବର୍ଷୀୟ ପ୍ରସିଦ୍ଧ ଲେଖକ ସଲମାନ୍ ରସଦି ଧିରେଧିରେ ସୁସ୍ଥ ହେଉଛନ୍ତି । ସେ ଏବେ ଭେଣ୍ଟିଲେଟରରୁ ବାହାରକୁ ଆସିଛନ୍ତି । ଶୁକ୍ରବାର ତାଙ୍କ ଉପରେ ଏକ କାର‌୍ୟ୍ୟକ୍ରମରେ ଆକ୍ରମଣ ହୋଇଥିଲା । ଆତତାୟୀ ତାଙ୍କୁ ଛୁରା ମାଡ କରି ଗୁରୁତର କରିଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଯକୃତ ଓ ଆଖିରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଥିଲା । ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ଏଜେଣ୍ଟ୍ ଆଣ୍ଡ୍ର‌୍ୟୁ ଓ୍ୱାଏଲି କହିଛନ୍ତି ଯେ, ରସଦିଙ୍କ ଭେଣ୍ଟିଲଟରରୁ ବାହାର କରାଯାଇଛି । ଏବେ ସେ କଥା ହୋଇପାରିବେ । ଅନ୍ୟପକ୍ଷରେ ନ୍ୟୁୟର୍କ ପୋଲିସ କହିଛି ଯେ, ଆକ୍ରମଣ କରିଥିବା ୨୪ ବର୍ଷୀୟ ଯୁବକକୁ ରିମାଣ୍ଡରେ ଅଣାଯାଇଥିଲା । ତେବେ ସେ କୋର୍ଟରେ ନିଜ ଦୋଷ ମାନି ନଥିଲା । ସଲମାନଙ୍କ ପୁଅ ଜାଫର ରସଦି କହିଛନ୍ତି ଯେ, ବାପା କଥା କହିବା ସ୍ଥିତିରେ ଅଛନ୍ତି । ତାଙ୍କର ଭେଣ୍ଟିଲେଟର ସପୋର୍ଟ ହଟାଇ ଦିଆଯାଇଛି । ଆକ୍ରମଣକାରୀ ତାଙ୍କ ଉପରେ ଅନେକ ଥର ଛୁରା ମାଡ କରିଥିଲା । ଏପରିକି ମାଡ ମଧ୍ୟ ମାରିଥିଲା । ତେବେ ବାପାଙ୍କୁ ଆକ୍ରମଣ ପରେ ଯେଉଁମାନେ ସାହସ ଦେଖାଇ ରକ୍ଷା କରିଥିଲେ ସେମାନଙ୍କୁ ଜାଫର ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking