27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶ୭ ହାଇଡ୍ରୋଜେନ୍ ୟୁନିଟ୍ ବିକ୍ରି କରିବ ଆଇଓସିଏଲ

୭ ହାଇଡ୍ରୋଜେନ୍ ୟୁନିଟ୍ ବିକ୍ରି କରିବ ଆଇଓସିଏଲ

ନୂଆଦିଲ୍ଲୀ : ଭାରତର ସର୍ବବୃହତ ତୈଳ କମ୍ପାନୀ ଆଇଓସିଏଲ ତାର ୭ଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ଓ ରିଫାଇନାରୀ ବିକ୍ରି କରିବ । ଏନେଇ ଆଇଓସିଏଲ ସହ ଦୁଇ ଜଣ ଅଧିକାରୀ ସୂଚନା ଦେଇଛନ୍ତି । ଏହି ବିକ୍ରି ଭାରତ ସରକାରଙ୍କ ଆସେଟ୍ ମନିଟାଇଜେସନ୍ ବା ମୁଦ୍ରାକରଣ ଯୋଜନାରେ ଅନ୍ତର୍ଭୁକ୍ତ ବୋଲି ସେମାନେ କହିଛନ୍ତି । ଆଇଓସିଏଲ ଚଳିତ ବର୍ଷ ଦୁଇଟି ହାଇଡ୍ରୋଜେନ୍ ଜେନେରେସନ୍ ୟୁନିଟ୍ ବିକ୍ରି କରିବା ନେଇ ଯୋଜନା କରିଛି । ସଂସ୍ଥା ପ୍ଲାଣ୍ଟର ୧୦୦ ପ୍ରତିଶତ ଷ୍ଟେକ୍ ବିକ୍ରି କରିବ । ଏହି ୟୁନିଟରେ ବର୍ଷକୁ ୭୦ ହଜାର ଟନ୍ ହାଇଡ୍ରୋଜେନ୍ ବା ଉଦଜାନ ସୃଷ୍ଟି କରାଯାଏ । ଏହା ଗୁଜୁରାଟ ରିଫାଇନାରୀରେ ରହିଛି । ସୂତ୍ରାନୁସାରେ, ଆଇଓସିଏଲ ଆସନ୍ତା ବର୍ଷ ଆହୁରି ୫ଟି ହାଇଡ୍ରୋଜେନ୍ ୟୁନିଟ୍ ବିକ୍ରି କରିବା ଲକ୍ଷ୍ୟରେ ଅଛି । କମ୍ପାନୀ ୟୁନିଟକୁ ବିକ୍ରି କରି ଏହାର କ୍ଷମତା ବୃଦ୍ଧି କରିବାକୁ ଚାହୁଁଛି । ଏଥିପାଇଁ ଏହାକୁ ବିକ୍ରି କରାଯିବ ବୋଲି ଜଣାପଡିଛି । ତେବେ ଆଇଓସିଏଲ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking