28.1 C
Bhubaneswar
Thursday, March 28, 2024
Homeଓଡିଶାସହଯୋଗ ଲୋଡିଲେ ଏସଆରସି

ସହଯୋଗ ଲୋଡିଲେ ଏସଆରସି

ଭୁବନେଶ୍ୱର :ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ କଥା ହେଲେ ଏସଆରସି । ରାତିରେ ପାଟ୍ରୋଲିଂ ବ୍ୟବସ୍ଥ କରିବାକୁ ପରାମର୍ଶ ଦେଲେ । ଗାଁ ଲୋକ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହଯୋଗ ଲୋଡିଲେ ଏସଆରସି ।
ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ ୧୧ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ। ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ। ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି। ଯାହାକି ଆସନ୍ତାକାଲି ୧୧ ଲକ୍ଷ କ୍ୟୁସେକରେ ପହଞ୍ଚିବ। ତେବେ ଏହାର ମୁକାବିଲା ଲାଗି ଯାହା ଟିମ୍ ଗତକାଲି ନିୟୋଜିତ ହୋଇଥିଲେ ତାହା ବାଦ୍ ଓଡ୍ରାଫର ଆଉ ଏନଡିଆରଫର ଅତିରିକ୍ତ ୧୨ଟି ଓ ଅଗ୍ନିଶମ ବିଭାଗର ୨୦ଟି ଟିମ୍ ପଠାଯାଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ। ତେଣୁ ସ୍ଥାନୀୟ ପ୍ରଶାସନକୁ ସଜାଗ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking