16.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଇନ୍ଦିରା ଗାନ୍ଧୀଙ୍କ ସହ ସେଦିନ କଣ ଘଟିଥିଲା ? ଜାଣନ୍ତୁ ମୃତ୍ୟୁ ପୂର୍ବର ୧୨ ଘଣ୍ଟାର...

ଇନ୍ଦିରା ଗାନ୍ଧୀଙ୍କ ସହ ସେଦିନ କଣ ଘଟିଥିଲା ? ଜାଣନ୍ତୁ ମୃତ୍ୟୁ ପୂର୍ବର ୧୨ ଘଣ୍ଟାର କାହାଣୀ…

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଥିଲେ ଇନ୍ଧିରା ଗାନ୍ଧୀ । ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ରୋଡରେ ଥିବା ଇନ୍ଦିରାଙ୍କ ସରକାରୀ ବାସଭବନରେ ତାଙ୍କୁ ହତ୍ୟା କରାଯାଇଥିଲା । ଘର ଆଗରେ ବୁଲୁଥିବା ସମୟରେ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଟଳି ପଡିଥିଲେ ଆଇରନ ଲେଡି । ଅଙ୍ଗରକ୍ଷୀ ସତୱନ୍ତ ସିଂ ଏବଂ ବେଅନ୍ତ ସିଂହ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆଖୁବୁଜା ଗୁଳିମାଡ କରିଥିଲେ । ଆଜିକି ତାଙ୍କ ମୃତ୍ୟୁର କାରଣ ଜାଣିବାକୁ ଅନେକ ଲୋକ ଆଗ୍ରହୀ । ତେବେ ଆସନ୍ତୁ ଜାଣିବା ଇନ୍ଦିରା ଗାନ୍ଧୀଙ୍କ ସହ ସେଦିନ କଣ ଘଟିଥିଲା …

ତାରିଖ ଥିଲା ୩୧ ଅକ୍ଟୋବର ୧୯୮୪ର । ସକାଳ ସାଢ଼େ ସାତଟା ବେଳକୁ ଇନ୍ଦିରା ଗାନ୍ଧୀ ତାଙ୍କର ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହୋଇସାରିଥିଲେ । ସେଦିନ ଇନ୍ଦିରା ଗାନ୍ଧୀ କେଶର ରଙ୍ଗରେ ବ୍ଲାକ୍ ବର୍ଡର ଥିବା ଶାଢ଼ି ପିନ୍ଧିଥିଲେ । ଦିନର ପ୍ରଥମ ଆପୋଏଣ୍ଟମେଣ୍ଟ ପିଟର ଉଷ୍ଟିନୋଭଙ୍କ ସହ ଥିଲା, ଯିଏ ଇନ୍ଦିରା ଗାନ୍ଧିଙ୍କ ଉପରେ ଡକ୍ୟୁମେଣ୍ଟ୍ରି କରୁଥିଲେ । ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଯେତେବେଲେ ଇନ୍ଦିରା ଓଡ଼ିଶା ଆସିଥିଲେ ସେତେବେଳେ ବି ତାଙ୍କର ସୁଟିଂ କରୁଥିଲେ ପିଟର ଉଷ୍ଟିନୋଭ । ଅପରାହ୍ନରେ ଇନ୍ଦିରା ଗାନ୍ଧୀ ବ୍ରିଟେନର ପୂର୍ବ ପ୍ରଧାନମନ୍ତ୍ରୀ ଜେମ୍ସ କେଲେଙ୍ଗ ଏବଂ ମିଜୋରାମର ଏକ ନେତାଙ୍କୁ ଦେଖା ହେବାର ଥିଲା । ସନ୍ଧ୍ୟା ସମୟରେ ମଧ୍ୟ ବ୍ରିଟେନ ରାଜକୁମାରୀ ରାଣି ଏଲିଜାବେଥଙ୍କ ଝିଅ ଏନିଙ୍କ ସହ ଭେଟିବା ପରେ ତାଙ୍କ ସହ ରାତ୍ରି ଭୋଜନ କରିଥାନ୍ତେ । ହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା ।

ସକାଳ ୭ଟା ୩୦ରେ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଥିଲେ ଇନ୍ଦିରା । ଯେଉଁଦିନ ଇନ୍ଦିରା ଗାନ୍ଧୀଙ୍କର ମୃତ୍ୟୁ ହୋଇଥିଲା ସେଦିନ ସକାଳର ଖାଇବାରେ ଦୁଇଟି ଟୋଷ୍ଟ, ଦୁଇଟି ଅଣ୍ଡା ଏବଂ କମଳା ଜୁସ୍ ପିଇଥିଲେ । ଖାଇବା ପରେ ଯେତେବେଳେ ମେକଅପ ମ୍ୟାନ୍ ଇନ୍ଦିରାଙ୍କୁ ମେକଅପ୍ କରୁଥିଲେ, ଠିକ୍ ସେତିକି ବେଳେ ତାଙ୍କର ଡାକ୍ତର କେପି ମାଥୁର ସେଠାରେ ପହଞ୍ଚି ଗଲେ । ସବୁଦିନ ଏହି ସମୟରେ ଇନ୍ଦିରାଙ୍କୁ ଦେଖିବାକୁ ଯାଆନ୍ତି ଡାକ୍ତର କେପି ମାଥୁର । ଆମେରିକାର ରାଷ୍ଟ୍ରପତି ରୋନାଲ ଡ୍ରଙ୍ଗନଙ୍କ କେଶକୁ ନେଇ ମଧ୍ୟ ଇନ୍ଦିରାଙ୍କ ସହ ମଜା କରୁଥିଲେ ମାଥୁର । କାରଣ ଇନ୍ଦିରାଙ୍କ କେଶ ଧଳା ପଡ଼ିଯାଇଥିଲା ସେଥିପାଇଁ । ୯ଟା ବାଜି ୧୦ ମିନିଟରେ ଯେତେବେଳେ ଇନ୍ଦିରା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ବାହାରିଥିଲେ ସେତେବେଳେ ଆକାଶ ପୁରା ସଫା ଥିଲା ଏବଂ ଖରା ହେଉଥିଲା ।

ସେହି ସମୟରେ ଇନ୍ଦିରାଙ୍କୁ ଖରାରୁ ବଞ୍ଚାଇବା ପାଇଁ ସିପାହି ନାରାୟଣ ସିଂ କଳା ଛତା ଧରି ତାଙ୍କ ପଖରେ ଚାଲୁଥିଲେ । ଇନ୍ଦିରାଙ୍କ ପଛରେ ଥିଲେ ଆରକେ ଧବନ । ଆଉ ତାଙ୍କ ପଛରେ ଥିଲେ ଇନ୍ଦିରା ଗାନ୍ଧୀଙ୍କର ନିଜ ସିକ୍ୟୁରିଟି ନାଥୁରାମ । ସବୁଠାରୁ ପଛରେ ଥିଲେ ସବ୍ ଇନିସପେକ୍ଟର ରାମେଶ୍ୱର ଦୟାଲ । ଏହି ସମୟରେ ଇନ୍ଦିରାଙ୍କ ଆଗ ଦେଇ ଏକ କର୍ମଚାରୀ ଟି-ସେଟ୍ ଧରି ଯାଇଥିଲେ, ଯେଉଁଥିଲେ ଉଷ୍ଟିନୋଭଙ୍କୁ ଚା’ ଦେବାର ଥିଲା । ଇନ୍ଦିରା ସେହି କର୍ମଚାରୀଙ୍କୁ ଡାକି କହିଲେ କି ଉଷ୍ଟିନୋଭଙ୍କ ପାଇଁ ଅଲଗା ଭଲ ଚା ସେଟ୍ ବାହାର କରି ଆଣ । ଯେତେବେଳେ ଇନ୍ଦିରା ଗାନ୍ଧୀ ଆକବର ରୋଡକୁ ଯୋଡ଼ୁଥିବା ଗେଟ ପାଖରେ ପହଞ୍ଚନ୍ତିି ସେଠାରେ ସେ ଦମନଙ୍କ ସହ କଥା ହୁଅନ୍ତି । ଦମନ ତାଙ୍କୁ କହୁଥିଲେ କି ସେ ନିର୍ଦ୍ଦେଶାନୁଯାୟୀ ୟମନକୁ ଯାଇଥିଲେ । ରାଷ୍ଟ୍ରପତି ଜ୍ଞାନିଜେଲ ସିଂଙ୍କୁ ସୂଚନା ମଧ୍ୟ ଦେଇଦେଇଛନ୍ତି କି ୭ ଟା ସମୟରେ ଦିଲ୍ଲୀରେ ପହଞ୍ଚିଯାଆନ୍ତୁ ବୋଲି । କାହିଁକି ନା ତାଙ୍କୁ ପାଲମ ବିମାନ ବନ୍ଦରରେ ସ୍ୱାଗତ କରିବା ପରେ ଇନ୍ଦିରା ବ୍ରିଟେନ ରାଜକୁମାରିଙ୍କୁ ସମ୍ବୋର୍ଧନା ଉତ୍ସବରେ ସାମିଲ ହୋଇପାରିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking