ପାଟନା : ଗତ କିଛିଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିହାରରେ ଶାସନ କରୁଥିବା ଜନତା ଦଳ (ସଂଯୁକ୍ତ) ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଜେଡି (ୟୁ)ର ସାଂସଦ ଓ ବିଧାୟକଙ୍କୁ ନେଇ ଡାକିଥିବା ବୈଠକ ଶେଷ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । କଳ୍ପନାଜଳ୍ପନାର ଅନ୍ତଃ ଘଟାଇ ଶେଷର ଜେଡିୟୁ ନିଜ ଆଡୁ ଭାରତୀୟ ଜନତା ପାର୍ଟି(ବିଜେପି) ସହ ନିଜର ମେଣ୍ଟ ଭଙ୍ଗ କରିଛି। ଏହି ମେଣ୍ଟ ଭଙ୍ଗ କରିବା ପରେ ଆଜି ଅପରାହ୍ଣ ୪ଟାରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବାକୁ ଯିବେ ବୋଲି କୁହାଯାଉଥିବା ବେଳେ ବିହାରରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଏମଧ୍ୟରେ ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ ବୋଲି କହି ବିହାରରେ ପୁଣି ଥରେ ଲଣ୍ଠନଧାରୀ କ୍ଷମତାକୁ ଫେରିବେ ବୋଲି ଟ୍ବିଟ କରି କହିଛନ୍ତି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ। ସେ ଏକ ଭୋଜପୁରୀ ଗୀତର ଭିଡିଓ ଟ୍ବିଟ କରି କ୍ୟାପସନରେ ଲେଖିଛନ୍ତି ଯେ, ରାଜତିଳକ ପାଇଁ ପ୍ରସ୍ତୁତ ହୁଅ, ଖୁବ ଶୀଘ୍ର ଲଣ୍ଠନଧାରୀ କ୍ଷମତାକୁ ଫେରିବେ।
"राजतिलक की करो तैयारी आ रहे हैं , लालटेन धारी "✌️ pic.twitter.com/R0pYeaU2mN
— Rohini Acharya (@RohiniAcharya2) August 9, 2022