32.1 C
Bhubaneswar
Thursday, March 28, 2024
Homeମନୋରଞ୍ଜନଉର୍ଫି ଜାଭେଦ ହସ୍ପିଟାଲରେ ଭର୍ତ୍ତି

ଉର୍ଫି ଜାଭେଦ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଉର୍ଫି ଜାଭେଦ ତାଙ୍କର ଅଦ୍ଭୁତ ଫ୍ୟାଶନ୍ ସେନ୍ସ କାରଣରୁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ପୁଣି ଥରେ ଉର୍ଫିଙ୍କ ଏକ ଝଲକ ଏହି ସମୟରେ ଆଲୋଚନାର ବିଷୟ ପାଲଟିଛି। ତେବେ, ଏଥର ଏହାର କାରଣ ତାଙ୍କର ଡ୍ରେସ୍ ନୁହେଁ ବରଂ ତାଙ୍କ ସ୍ୱାସ୍ଥ୍ୟ ଖରାପ। ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି। ସୂଚନା ଅନୁଯାୟୀ, ଉର୍ଫି ଜାଭେଦଙ୍କ ସ୍ୱାସ୍ଥ୍ୟ ଖରାପ ଅଛି। ଜ୍ୱର ଏବଂ ବାନ୍ତି ହେଉଥିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରଠାରୁ ତାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେବା ବିଷୟରେ ସୂଚନା ଉର୍ଫି ନିଜେ ଏକ ଫଟୋ ସେୟାର କରି ଦେଇଛନ୍ତି। ଫଟୋ ସହିତ ସେ ଲେଖିଛନ୍ତି, ‘ମୁଁ ଏଠାରେ ରହିବାର ବହୁତ ଦିନ ହେଲାଣି । ମୁଁ ନିରନ୍ତର ମୋର ସ୍ୱାସ୍ଥ୍ୟକୁ ଅଣଦେଖା କରୁଥିଲି ଏବଂ ବର୍ତ୍ତମାନ … ‘ ଉର୍ଫି ତାଙ୍କ ପୋଷ୍ଟରେ ଡାକ୍ତରଖାନାରେ ଭର୍ତ୍ତି ହେବାର ପ୍ରକୃତ କାରଣ ଦେଇନାହାଁନ୍ତି, କିନ୍ତୁ ତାଙ୍କ ଦ୍ୱାରା ଲିଖିତ କ୍ୟାପସନ୍ ଅନୁଯାୟୀ, ନିଜ ଭୁଲ ଯୋଗୁଁ ଏପରି ଘଟିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking