27.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଜଗଦୀପ ଧନଖଡ଼ ଭାରତର ନୂଆ ଉପରାଷ୍ଟ୍ରପତି

ଜଗଦୀପ ଧନଖଡ଼ ଭାରତର ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଧନଖଡ । ନିର୍ବାଚନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ ୫୨୮ ଭୋଟ୍ ଏବଂ ମାର୍ଗେଟ୍ ଅଲଭା ୧୨୮ ଭୋଟ୍ ପାଇଛନ୍ତି। ଅତିକମରେ ୧୫ ଭୋଟ ନାକଚ ହୋଇ ଥିଲା ।ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୭୮୦ ଜଣ ସାଂସଦଙ୍କ ତାଲିକା ଭୋଟିଂ ତାଲିକାରେ ରହିଥିଲା । ରାଜ୍ୟସଭାରେ ଖାଲିଥିବା ୮ ଜଣ ସାଂସଦଙ୍କ ସହ ଭୋଟ ବର୍ଜନ କରିଥିବା ୩୬ ଜଣ ତୃଣମୂଳ କଂଗ୍ରେସ ସାଂସଦ ମତଦାନ କରିନାହାନ୍ତି । ସଂସଦର ଉଭୟ କକ୍ଷ ରାଜ୍ୟସଭା ଓ ଲୋକସଭାର ମୋଟ ୭୨୫ ଜଣ ସାଂସଦ ଭୋଟ ଦେଇଛନ୍ତି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିପକ୍ଷ ମହାମେଣ୍ଟ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା ଉପରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଏନ୍‌ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରି ଦେଶର ୧୪ ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking