36.1 C
Bhubaneswar
Thursday, May 2, 2024
Homeସ୍ୱାଧୀନତା ଦିବସ -୨୦୨୨୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗୁଣପୁର :ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ କାର‌୍ୟ୍ୟାଳୟର ସଦଭାବନା ସଭା ଗୃହରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼,ଆଇ ଆର ବି ଡେପୁଟି କମାଣ୍ଡାଣ୍ଟ, ଅନ୍ୟାନ୍ୟ ବିଭାଗର ଅଧିକାରୀ, ଏବଂ ସାମ୍ବାଦିକ ବନ୍ଧୁଗଣ ଯୋଗଦାନ କରିଥିଲ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ସ୍ୱାଧୀନତା ଦିବସ ମଧ୍ୟ କୋଭିଡ୍ ନିୟମ ପାଳନ ପୂର୍ବକ ଆୟୋଜନ କରାଯିବ । ପ୍ୟାରେଡ୍ କାର‌୍ୟ୍ୟକ୍ରମ ଓ ଜନସାଧାରଣ ସମାଗମ ନିଷେଧ କରାଯାଇଛି । କମ୍ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କୁ ନେଇ ମିନି ଷ୍ଟାଡିୟମରେରେ ପାଳନ କରାଯିବ । ସ୍ୱାଧୀନତା ଦିବସ ପାଳନ ଦିନ ପ୍ରତ୍ୟୁଷରେ ଗୁଣପୁର ସହରରେ ରାମଧୂନ ପରିବେଷଣ କରାଯିବ । ସକାଳ ଘ. ୭.୩୦ ମି ଠାରୁ ଘ.୮.୦୦ମି ମଧ୍ୟରେ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସହରରେ ଅବସ୍ଥାପିତ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରାଯିବ । ମୁଖ୍ୟ ଅତିଥିଙ୍କ ଦ୍ଵାରା ସ୍ଥାନୀୟ ମିନି ଷ୍ଟାଡିୟମରେ ସକାଳ ଘ ୯:୧୫ମି.ରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ବିଭିନ୍ନ ଅନୁଷ୍ଠାନରେ ଯଥା ଉପଖଣ୍ଡ ଚିକିତ୍ସାଳୟରେରେ ରୋଗୀଙ୍କୁ ଏବଂ ଉପକାରାଗାରରେ ଅନ୍ତେବାସୀଙ୍କୁ ଫଳ ଓ ମିଠା ବଣ୍ଟନ କରାଯିବ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା ପୂର୍ବ ବର୍ଷର ପ୍ରସ୍ତୁତି ବିବରଣୀ ପ୍ରଦାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking