28.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଦୁଇବର୍ଷରେ ୪୪୮୪ ହାଜତ ମୃତ୍ୟୁ ଘଟଣା: କେନ୍ଦ୍ର

ଦୁଇବର୍ଷରେ ୪୪୮୪ ହାଜତ ମୃତ୍ୟୁ ଘଟଣା: କେନ୍ଦ୍ର

ନୂଆଦିଲ୍ଲୀ: ବିଗତ ଦୁଇବର୍ଷ (୨୦୨୦-୨୧) ମଧ୍ୟରେ ଦେଶରେ ମୋଟ ୪୪୮୪ ହାଜତ ମୃତ୍ୟୁ ଘଟଣା ଘଟିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାକୁ ସୂଚୀତ କରାଯାଇଛି । ଗୃହରେ ଏ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏହି ସମୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୯୫୨ଟି ଘଟଣା ଘଟିଥିବାବେଳେ ଏହାପଛକୁ ପଶ୍ଚିମବଙ୍ଗ (୪୪୨) ଓ ବିହାର (୩୯୬) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୨୦ରେ ମୋଟ ୧୯୪୦ଟି ଏବଂ ୨୦୨୧ରେ ୨୫୪୪ଟି ହାଜତ ମୃତ୍ୟୁ ମାମଲା ରୁଜୁ କରାଯାଇଥିଲା । ଅପରପକ୍ଷରେ ଦାକ୍ଷିଣାତ୍ୟ ରାଜ୍ୟଗୁଡିକ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୧୭୨ଟି ଘଟଣା ଘଟିଥିବା କୁହାଯାଇଛି ।

ବିଗତ ଦୁଇବର୍ଷରେ ଉତ୍ତର-ପୂର୍ବ ରାଜ୍ୟଗଡିକରେ ହାଜତ ମୃତ୍ୟୁ ଘଟଣା ଖୁବ୍ କମ ଦେଖିବାକୁ ମିଳିଛି । ୨୦୨୦-୨୧ରେ ମଣିପୁର, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାରେ ପ୍ରତ୍ୟେକ ୧୦ରୁ କମ ହାଜତ ମୃତ୍ୟୁ ଘଟଣା ଘଟିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଲାକ୍ଷାଦ୍ୱୀପ, ଲଦାଖ, ଦାମନ ଓ ଦିଉରେ କୌଣସି ହାଜତ ମୃତ୍ୟୁ ଘଟଣା ଘଟିନଥିବା ଜଣାପଡିଛି । ଅପରପକ୍ଷରେ ଏହି ଦୁଇବର୍ଷରେ ପୁଲିସ ଏନ୍‌କାଉଣ୍ଟରରେ ୨୩୩ ଜଣ ପ୍ରାଣ ହରାଇଥିବା କୁହାଯାଇଛି । ଛତିଶଗଡ (୫୪) ଏହି ତାଳିକାର ସର୍ବାଗ୍ରେ ରହିଥିବାବେଳେ ଜମ୍ମୁ-କଶ୍ମୀର (୪୫) ଓ ଉତ୍ତରପ୍ରଦେଶ (୨୭) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking