28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସ୍ମୃତି ଇରାନୀ କ୍ଷମା ମାଗନ୍ତୁ: ଅଧୀର

ସ୍ମୃତି ଇରାନୀ କ୍ଷମା ମାଗନ୍ତୁ: ଅଧୀର

ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଡୁଆ ସ୍ଥିତିରେ ପଡିବା ସହ ଶେଷରେ ରାଷ୍ଟ୍ରପତିଙ୍କୁ ଲିଖିତ କ୍ଷମାଭିକ୍ଷା କରିସାରିଛନ୍ତି । ତେବେ ଅଧୀର ବର୍ତ୍ତମାନ ଏହି ପ୍ରସଙ୍ଗକୁ ପୁଣି ଉତ୍‌ଥାପନ କରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି । ଗୁରୁବାର ଲୋକସଭାରେ ଭାଷଣ ଦେବା ଅବସରରେ ସ୍ମୃତି କୁଆଡେ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଛନ୍ତି ବୋଲି ଅଧୀର ଅଭିଯୋଗ ଆଣିଛନ୍ତି । ସ୍ମୃତି ସେଦିନ ଗୃହରେ ଯେଭଳି ଢଙ୍ଗରେ ରାଷ୍ଟ୍ରପତିଙ୍କ ନାମ ଉଚ୍ଚାରଣ କରିଥିଲେ, ତାହା ଆଦୌ ଗ୍ରହଣୀୟ ନୁହେଁ ଏବଂ ସ୍ମୃତି ଏଥିପାଇଁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଅଧୀର ଦାବି କରିଛନ୍ତି । ଏହି ମର୍ମରେ ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି । ଏହି ପତ୍ରରେ ଅଧୀର ଉଲ୍ଲେଖ କରିଛନ୍ତି ଯେ ଉକ୍ତଦିନ ସ୍ମୃତି ଗୃହରେ କେବଳ ଦ୍ରୌପଦୀ ମୁର୍ମୁଙ୍କ ନାମ ନେଇଥିଲେ। ପରମ୍ପରା ଅନୁଯାୟୀ ରାଷ୍ଟ୍ରପତିଙ୍କ ନାମ ଉଚ୍ଚାରଣ କରିବା ପୂର୍ବରୁ ‘ହର୍ ଏକ୍ସଲେନ୍ସି’, ‘ମ୍ୟାଡାମ୍ ପ୍ରେସିଡେଣ୍ଟ‘ କିମ୍ବା ‘ଅନରେବୁଲ ପ୍ରେସିଡେଣ୍ଟ‘ କହିବା ଜରୁରୀ ଥିଲା ବୋଲି ଅଧୀର ଯୁକ୍ତି ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking