20.1 C
Bhubaneswar
Thursday, January 16, 2025
Homeଓଡିଶାଉତ୍ତେଜନା ପରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଉତ୍ତେଜନା ପରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଦେଖା ଦେଇଛି ଉତ୍ତେଜନାର ପରିସ୍ଥିତି । ଉତ୍ତେଜନା ପରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ ।  ସ୍ଥାୟୀ ଏବଂ ଅସ୍ଥାୟୀ ଦୋକାନୀଙ୍କ ନିଜ ନିଜ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ତେବେ ଘଟଣାସ୍ଥଳରେ ଖବର ପାଇ ପହଞ୍ଚିଛି କ୍ୟାପିଟାଲ ଥାନା ପୋଲିସ । ଅସ୍ଥାୟୀ ଦୋକାନୀମାନେ ନିଜ ଦୋକାନ ପକାଇବାରୁ ଉତ୍ତେଜନା ଦେଖା ଦେଇଛି ।

ସୂଚନା ଅନୁସାରେ, କିଛି ଦିନ ତଳେ ବିଏମସି ତରଫରୁ ମାର୍କେଟ ବିଲ୍ଡିଂରେ ଥିବା ଅସ୍ଥାୟୀ ଦୋକାନୀମାନଙ୍କୁ ହଟାଇ ଦିଆଯାଇଥିଲା । କିନ୍ତୁ ଆଜି ସେମାନେ ପୁଣି ଥରେ ଦୋକାନ ପକାଇଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନାର ପରିସ୍ଥିତି ଉପୁଜିଛି । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି କ୍ୟାପିଟାଲ ଥାନା ପୋଲିସ । ପୋଲିସ ସେଠାରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking