24.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଆସାମରେ ଜାପାନୀ ଏନ୍‌ସେଫେଲାଇଟିସ: ମୃତକଙ୍କ ସଂଖ୍ୟା ୪୮କୁ ବୃଦ୍ଧି

ଆସାମରେ ଜାପାନୀ ଏନ୍‌ସେଫେଲାଇଟିସ: ମୃତକଙ୍କ ସଂଖ୍ୟା ୪୮କୁ ବୃଦ୍ଧି

ନୂଆଦିଲ୍ଲୀ : ଆସାମରେ ଜାପାନୀ ଏନସେଫେଲାଇଟିସ ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇଛି । ଏହି ରୋଗରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ଲୋକଙ୍କର ମୃତ୍ୟୁ ହୋଇସାରିଛି । ନୂଆ ମାମଲା ଆସିବା ପରେ ଆସାମରେ ଏବେ ଜାପାନୀ ଏନସେଫେଲାଇଟିସର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୨ରେ ପହଞ୍ଚିଛି । ତେବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୪୮ରେ ପହଞ୍ଚିଛି ।

ଜାପାନୀ ଏନସେଫେଲାଇଟିସରେ ଶନିବାର ଚିରାଙ୍ଗ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟରେ ବାରପେଟାରେ ୩, ବକ୍ସା, ବୋଙ୍ଗାଇଗାଁ, ଚରାଇଦେବ, ମୋରୀଗାଁ ଓ ଉଦଲଗୁରୀରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଜାପାନୀ ଏନସେଫେଲାଇଟିସର  ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ରୋଗ ଆସାମର ଦକ୍ଷିଣ ସଲମାନାର ଦିମା ହସାଓ ଓ କାର୍ବୋ ଆଙ୍ଗଲୋଙ୍ଗ ବ୍ୟତୀତ ଅନ୍ୟ ଜିଲ୍ଲାରେ ବ୍ୟାପକ ପ୍ରଭାବ ପକାଇଛି । ନାଗାଓରେ ଜାପାନୀ ଇନସେଫେଲାଇଟିସ ଦ୍ୱାରା ସର୍ବାଧିକ ୪୪ ଜଣ ସଂକ୍ରମିତ ହୋଇଛନ୍ତି । ଏହା ପରେ ଜୋରହାଟରେ ୩୯, ଓ ଗୋଲାଘାଟରେ ୩୪ ଜଣ ସାମିଲ ଅଛନ୍ତି ।

ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟର ସମସ୍ତ ୯ଟି ମେଡିକାଲ କଲେଜ ଓ ୧୦ଟି ଜିଲ୍ଲା ହସ୍ପିଟାଲରେ ଏହି ରୋଗ ଚିହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking