ମୁମ୍ବାଇ : ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ରବିବାର ସକାଳେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୁସାରେ ସକାଳୁ ସକାଳୁ ତାଙ୍କ ବାସଭବନରେ ଇଡି ଟିମ୍ ପହଞ୍ଚିଥିଲା । କୁହାଯାଉଛି କି ଇଡି ଟିମ୍ ରାଉତଙ୍କୁ ହେପାଜତକୁ ନେଇ ପଚରାଉଚରା କରିପାରେ । ରାଉତଙ୍କ ଉପରେ ଯାଞ୍ଚରେ ସହଯୋଗ କରୁନଥିବା ଅଭିଯୋଗ ରହିଛି ।
ମହାରାଷ୍ଟ୍ରର ୧୦୦୦ କୋଟିରୁ ଅଧିକ ପାତ୍ରା ଚଲ୍ ଘୋଟାଲା ମାମଲାରେ ଇଡି ଟିମ୍ ସଞ୍ଜୟ ରାଉତଙ୍କୁ ପଚରାଉଚରା କରୁଛି । ତାଙ୍କୁ ୨୭ ଜୁଲାଇରେ ଇଡି ନୋଟିସ୍ କରିଥିଲା । ତେବେ ସେ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇନଥିଲେ । ଏହା ପରେ ଇଡିର ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ ।
ଏହା ମଧ୍ୟରେ ସଞ୍ଜୟ ରାଉତଙ୍କ ଟ୍ୱିଟ୍ ସାମ୍ନାକୁ ଆସିଛି । ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଥିଲେ କି ‘କୌଣସି ଘୋଟାଲା ସହିତ ମୋର ନେଣଦେଣ ନାହିଁ । ଶିବସେନା ପ୍ରମୁଖ ବାଲାସାହେବ ଠାକରେଙ୍କ ଶପଥ ନେଇ ମୁଁ ଏହା କହୁଛୁ । ବାଲାସାହେବ ଆମକୁ ଲଢିବା ଶିଖାଇଛନ୍ତି । ମୁଁ ଶିବସେନା ପାଇଁ ଲଢିବା ଜାରି ରଖିବି ।’ ସେ ଇଡିର କାର୍ଯ୍ୟାନୁଷ୍ଠାନକୁ ମିଛ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ‘ମୁଁ ଶିବସେନା ଛାଡିବିନି, ମରିଯିବି ପଛରେ ସମର୍ପଣ କରିବିନି ।’ ସଞ୍ଜୟ ରାଉତଙ୍କ ଘରେ ଇଡି ଟିମ୍ ପହଞ୍ଚିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ସମର୍ଥକ ମଧ୍ୟ ଘରେ ପହଞ୍ଚିଯାଇଥିଲେ । ତାଙ୍କ ସମର୍ଥକ ଘର ବାହାରେ ନାରାବାଜି କରୁଛନ୍ତି ।