24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶବଳଦ ବଦଳରେ ଝିଅ ଓ ସ୍ତ୍ରୀ ସାହାଯ୍ୟରେ ହଳ କଲେ ଚାଷୀ

ବଳଦ ବଦଳରେ ଝିଅ ଓ ସ୍ତ୍ରୀ ସାହାଯ୍ୟରେ ହଳ କଲେ ଚାଷୀ

ହାଇଦ୍ରାବାଦ: ଦେଶରେ କୃଷିକ୍ଷେତ୍ରକୁ ଆଗେଇ ନେବା ପାଇଁ ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଋଣ, ସାରଠାରୁ ଆରମ୍ଭ କରି ଆଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଉଛି । କିନ୍ତୁ ଏ ଯୋଜନା କାହା ପାଇଁ? ଆଜି ବି ଚାଷୀଙ୍କ ପାଖରେ ପହଞ୍ଚି ପାରୁନି ପର୍ଯ୍ୟାପ୍ତ ସୁବିଧା । ତେଲେଙ୍ଗାନା ରାଜ୍ୟ ନାରାୟାଣପେଟ ଜିଲ୍ଲାର ଚିଣ୍ଟାକୁଣ୍ଟା ଗ୍ରାମରେ ଏକ ଗରିବ ଚାଷୀର ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ।

ଚିଣ୍ଟାକୁଣ୍ଟା ଗ୍ରାମର ଲକ୍ଷ୍ମଣ ନାମକ ଜଣେ ଚାଷୀ ଗୋଟିଏ ଏକର ଜମିରେ ଭେଣ୍ଡି ଚାଷ କରିଛନ୍ତି । ମାତ୍ର ତାଙ୍କ ପାଖରେ ହଳ କରିବା ପାଇଁ ବଳଦ ନାହିଁ । ଜମି ହଳ କରିବାକୁ ହେଲେ ଶ୍ରମିକର ଆବଶ୍ୟକତା ପଡ଼େ । ଆର୍ôଥକ ଅବସ୍ଥାରେ ସେ ଦୁର୍ବଳ ଥିବାରୁ ନିଜ ଝିଅ ଏବଂ ସ୍ତ୍ରୀଙ୍କ ସାହାଯ୍ୟରେ ହଳ କରୁଥିବା ଦେଖିବାକୁ ମିଳିଛି । ଶ୍ରମିକ ଦ୍ୱାରା କାମ କରିବାକୁ ହେଲେ ପ୍ରାୟ ୨୫୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଯେହେତୁ ଶ୍ରମ ଦେବାରେ ସକ୍ଷମ ନୁହଁନ୍ତି, ତେଣୁ ଏଭଳି ଉପାୟ ଆପଣାଇଥିବା ଲକ୍ଷ୍ମଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking