38.1 C
Bhubaneswar
Wednesday, May 1, 2024
Homeଓଡିଶାରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ : ପ୍ରାଥମିକ ଶିକ୍ଷା ସ୍ୱପ୍ନ ଥିଲା

ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ : ପ୍ରାଥମିକ ଶିକ୍ଷା ସ୍ୱପ୍ନ ଥିଲା

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୈାପଦୀ ମୁର୍ମୁ । ସଂସଦ ଭବନର ସେ ଣ୍ଟ୍ରାଲ ହଲ ରେ ଆୟୋଜିତ ସମାରୋହ ରେ ଚିଫ ଜଷ୍ଟିସ ଏନ ଭି ରମଣା ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ନିଜର ଅଭିଭାଷଣ ରଖିଥିଲେ ଦ୍ରୌପଦୀ ମୁର୍ମୁ । ଉପସ୍ଥିତ ଅତିଥିଙ୍କୁ ପ୍ରଣାମ ଜଣାଇବା ସଙ୍ଗେ ସଙ୍ଗେ ଜୀବନର କଠିନ ପରିସ୍ଥିତି ଭାରତର ଭବିଷ୍ୟତ, ଯୁବପିଢୀଙ୍କ ବିକାଶ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ରାଷ୍ଚ୍ରପତି ଭାବେ ନୱିର୍ବାଚିତ ହେବା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ଭାରତର ପ୍ରତିଟି ଗରିବଙ୍କ ଉପଲବ୍ଧି । ମୟୁରଭଞ୍ଜର ଜିଲ୍ଲା ରାଇରଙ୍ଗପୁରର ଏକ ଗରିବ ଆଧିବାସୀ ଅଧୁଷିତ ପରିବାରରେ ଜନ୍ମନେଇଥିଲି । ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଭିସିକ୍ତ ହୋଇଛି । ଏଭଳି ଏକ ମହାନ ପଦବୀରେ ବସାଇଥିବାକୁସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତର ସମସ୍ତ ବ୍ୟକ୍ତିଙ୍କ ଆଶା-ଆକାଂକ୍ଷା ଏବଂ ଉତ୍କଣ୍ଠାକୁ ଗ୍ରହଣ କରିଥିଲେ । ଆତ୍ମବିଶ୍ୱାସର ସହ ଦେଶର ରାଷ୍ଟ୍ରପତି ପଦବୀରେ ପ୍ରତିପାଦିତ କରିବାଥିବାରୁ ଦେଶବାସୀସଙ୍କୁ କୃତଜ୍ଞତା ଜଣାଇଥିଲେ ଦ୍ରୌପଦୀ ମୁର୍ମୁ । ନିଜର ଅଭିଭାଷଣରେ ଦ୍ରୌପଦୀ ମୁର୍ମୁ କହିଥିଲେ, ମୁଁ ସ୍ୱାଧିନ ଭାରତରେ ଜନ୍ମ ନେଇଛି । ମୋତେ ଏଭଳି ସମୟରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ଯେଉଁ ସମୟରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହାଠାରୁ ସ୍ୱଭାଗ୍ୟର କଥା ଆଉ କଣ ଥାଇପାରେ । ଭାରତରେ ଗରିବ ସ୍ୱପ୍ନ ଦେଖିପାରେ ଏବଂ ପୂରଣ ମଧ୍ୟ କରିପାରେ । ପ୍ରାଥମିକ ଶିକ୍ଷା ମଧ୍ୟ ମୋ ପାଇଁ ସ୍ୱପ୍ନ ଥିଲା । ଏହା ମୋ ପାଇଁ ଉପଲବ୍ଧିର ଦିବସ । ଗରିବ ଆଦିବାସୀ, ପଛୁଆ ଏବଂ ଜନଜାତିଙ୍କ ଝଲକ । ଜୀବନ ବିକାଶର ଦୂରରେ ଥିବା ଏହି ଲୋକମାନେ ମୋତେ ପ୍ରତିବିମ୍ଭ ଭାବେ ଦେଖପାରନ୍ତି । ଦେଶର କୋଟି କୋଟି ମହିଳା ଏବଂ ଯୁବତୀଙ୍କ ସ୍ୱପ୍ନର ଝଲକ ଏହା । ଦେଶକୁ ନୂଆ ରାସ୍ତା ଦେଖାଉଥିବା କୋଟି କୋଟି ଯୁବକ ମୋର ସାହାସ । ଏଭଳି ଏକ ପ୍ରଭୁତିଶୀଳ ଭାରତର ନେତ୍ୱତ୍ୱ ନେବା ମୋତେ ଗୌରବାନ୍ୱିତ କରିଛି । ବିଶ୍ୱରେ ଭାରତର ଗଣତନ୍ତ୍ର ପ୍ରତିଷ୍ଠା ନିରନ୍ତର ପ୍ରୟାସ ରହିଛି । ରାଜେନ୍ଦ୍ର ପ୍ରସାଦ ଏବଂ ଆମ୍ବାଦକରଙ୍କୁ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ମୁର୍ମୁ । ଭାରତର ଲୋକତନ୍ତ୍ର, ସାସ୍କୃତିକ ବିଶ୍ୱାସ ଭରସା ମୋ ଉପରେ ରହିଛି । ସାଧ୍ୱୀନତା ସଂଗ୍ରାମର ସେହି ସଂଗ୍ରାମର ଅବିରତ ଧାରା ।
ସେହିପରି ଦେଶର ସ୍ୱାଧିନତାରେ ଜନଜାତି ସମାଜ ନିଭାଇଥିବା ଭୂମିକାକୁ ମନେ ପକାଇଛନ୍ତି ରାଷ୍ଟ୍ରପତି । ଭଗବାନ ବିଶ୍ରା ମୁଣ୍ଡାଙ୍କ କାର‌୍ୟ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି । କେଉଁ ଆଦିମ କାଳରୁ ଜଙ୍ଗଲରେ ରହିଥିବା ଏହି ଆଦିମ ଅଧିବାସୀ ନିଜର କର୍ତ୍ତବ୍ୟକୁ ସୂଚାରୁ ରୂପେ ନିଭାଇଛନ୍ତି । ଅନେକ ଅବଦାନ ଦେଇଛନ୍ତି । ଦେଶ ସ୍ୱାଧନତାର ୭୫ ବର୍ଷ ପୂର୍ତ୍ତୀରେ ଭାରତ ପ୍ରଗତୀର ସଂକଳ୍ପକୁ ସହ ଭାଗିତାର ସହକାରେ ଆଗେଇ ନେଇଛି । ବିବିଧତା ଭିତରେ ଆମେ ସମସ୍ତେ ଏକ ହୋଇଛି । ବିଭିନ୍ନ ସଂସ୍କୃତି ଭାଷାକୁ ନେଇ ଆମେ ଦେଶକୁ ସୁନ୍ଦର ଭାବେ ଗଢି ତୋଳିଥିବା କହିଛନ୍ତି ମୁର୍ମୁ ।
ଦ୍ରୈାପଦୀ ମୁର୍ମୁ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ମନୋନୀତ ହୋଇଥିବାରୁ ମୁଁ ସମସ୍ତ ସାଂସଦ ତଥା ବିଧାନସଭା ସଦସ୍ୟଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ତୁମର ଭୋଟ୍ ହେଉଛି ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଏକ ଅଭିବ୍ୟକ୍ତି ।
ଦ୍ରୈାପଦୀ ମୁର୍ମୁ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଆମ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଭାରତର ନାଗରିକଙ୍କଠାରୁ ଯେଉଁ ଆଶା କରିଥିଲେ ତାହା ପୂରଣ କରିବା ପାଇଁ ଆମକୁ ଏହି ଅମୃତକାଳରେ ଦ୍ରୁତ ଗତିରେ କାର‌୍ୟ୍ୟ କରିବାକୁ ପଡିବ। ଏହି ୨୫ ବର୍ଷରେ, ସଫଳତାର ପଥ ଦୁଇଟି ଟ୍ରାକରେ ଆଗକୁ ବଢିବା ସମସ୍ତଙ୍କର ପ୍ରୟାସ ଏବଂ ସମସ୍ତଙ୍କର କର୍ତ୍ତବ୍ୟ । ସେ କହିଛନ୍ତି ଯେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୬ ମଧ୍ୟ କାର୍ଗିଲ ବିଜୟ ଦିବସ । ଏହି ଦିନଟି ଭାରତୀୟ ସୈନ୍ୟବାହିନୀର ସାହସିକତା ଏବଂ ପ୍ରତିବନ୍ଧକର ପ୍ରତୀକ ଅଟେ। ଆଜି ମୁଁ ଦେଶର ସୈନ୍ୟବାହିନୀ ଏବଂ ଦେଶର ସମସ୍ତ ନାଗରିକଙ୍କୁ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ମୋର ଶୁଭେଚ୍ଛା ଜଣାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking