23.1 C
Bhubaneswar
Sunday, January 26, 2025
Homeଖେଳଭାରତୀୟ ଡେଭିସ୍ କପ୍ ଦଳ ଘୋଷିତ: ନାଗଲ୍ ଫେରିଲେ, ଦିବିଜ୍ ଶରଣ ବାଦ୍‌

ଭାରତୀୟ ଡେଭିସ୍ କପ୍ ଦଳ ଘୋଷିତ: ନାଗଲ୍ ଫେରିଲେ, ଦିବିଜ୍ ଶରଣ ବାଦ୍‌

ନୂଆଦିଲ୍ଲୀ : ନରୱେ ବିପକ୍ଷ ୱାର୍ଲ୍ଡ ଗ୍ରୁପ୍‌-୧ ମ୍ୟାଚ୍ ପାଇଁ ଗୁରୁବାର ଭାରତୀୟ ଡେଭିସ୍ କପ୍ ଦଳ ଘୋଷଣା କରାଯାଇଛି । ଦଳକୁ ସୁମିତ୍ ନାଗଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ଘଟିଥିବା ବେଳେ ଡବଲ୍ସ ସ୍ପେଶାଲିଷ୍ଟ୍ ଦିବିଜ୍ ଶରଣ ଦଳରୁ ବାଦ୍ ପଡ଼ିଛନ୍ତି । ନନ୍ଦନ ବଳଙ୍କ ନେତୃତ୍ୱାଧୀନ ସିଲେକ୍ସନ୍ କମିଟି ଦଳରେ ଚାରିଜଣ ସ୍ପେଶାଲିଷ୍ଟ୍ ସିଙ୍ଗଲ୍ସ ଖେଳାଳିଙ୍କୁ ସାମିଲ କରିଥିବା ବେଳେ ଦେଶର ନମ୍ବର ଏକ ସିଙ୍ଗଲ୍ସ ଖେଳାଳି ରାମକୁମାର ରାମନାଥନ୍ (ର‌୍ୟାଙ୍କ ୧୯୬), ପ୍ରଜେ୍ଞଶ ଗୁଣେଶ୍ୱରନ୍ (୨୯୫), ଶଶିକୁମାର ମୁକୁନ୍ଦ (୪୩୧), ୟୁକି ଭାମ୍ବ୍ରି (୫୭୧), ରୋହନ ବୋପନ୍ନା (୨୧)ଙ୍କୁ ସ୍ଥାନ ମିଳିଛି । ଏହି ଛଅଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ରିଜର୍ଭ ଖେଳାଳି ରହିବେ । ତେବେ ଏହି ନିଷ୍ପତ୍ତି କ୍ୟାପ୍‌ଟେନ୍ ରୋହିତ ରାଜପାଲ୍ ନରୱେର ପରିସ୍ଥିତି ଦେଖି ନେବେ ।

ଏହି ମ୍ୟାଚ୍ ସେପ୍ଟେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏବଂ ୫ ଜଣିଆ ଖେଳାଳି ଦଳ ଏଥିରେ ଭାଗନେବେ ।
୨୦୨୧ ନଭେମ୍ବରରେ ସୁମିତ ନାଗଲ୍‌ଙ୍କର ହିପ୍ ସର୍ଜରୀ ହୋଇଥିଲା ଏବଂ ସେ ଚଳିତ ବର୍ଷ ଏପ୍ରିଲ୍‌ରୁ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହା ମଧ୍ୟରେ ଚଳିତ ସିଜନ୍‌ରେ ସେ ୮ଟି ଟୁର୍ଣ୍ଣାମେଣ୍ଟ୍ ଖେଳି ଚାରିଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । ହରିୟାଣାର ୨୪ ବର୍ଷୀୟ ଖେଳାଳି ଶେଷଥର ପାଇଁ ୨୦୨୧ ମାର୍ଚ୍ଚରେ କ୍ରୋଏସିଆ ବିପକ୍ଷ ଡେଭିସ୍ କପ୍ ମ୍ୟାଚ୍ ଖେଳିଥିଲେ । ତେବେ ପରେ ସେପ୍ଟେମ୍ବର ୨୦୨୧ରେ ଫିନ୍‌ଲ୍ୟାଣ୍ଡ୍ ଏବଂ ମାର୍ଚ୍ଚ ୨୦୨୨ରେ ଅନୁଷ୍ଠିତ ଡେନ୍‌ମାର୍କ ବିପକ୍ଷ ମ୍ୟାଚ୍ ଖେଳିପାରି ନଥିଲେ । ଅନ୍ୟପକ୍ଷରେ ଦିବିଜ୍‌ଙ୍କ ର‌୍ୟାଙ୍କିଙ୍ଗ୍ ନିମ୍ନରେ ଥିବାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି ବୋଲି ମୁଖ୍ୟ ସିଲେକ୍ଟର ନନ୍ଦନ ବଳ କହିଛନ୍ତି ।

ସେ ଡବଲ୍ସ ର‌୍ୟାଙ୍କିଙ୍ଗ୍‌ର ଟପ୍‌-୧୦୦ରେ ତାଙ୍କ ସ୍ଥାନ ହରାଇଛନ୍ତି । ଏବେ ତାଙ୍କ ର‌୍ୟାଙ୍କିଙ୍ଗ୍ ୧୯୬ ଥିବାବେଳେ ଶୀର୍ଷସ୍ଥାନୀୟ ରୋହନ ବୋପନ୍ନାଙ୍କୁ ମିଶାଇ ସାତଜଣ ଭାରତୀୟ ଖେଳାଳି ତାଙ୍କଠାରୁ ଅଧିକ ର‌୍ୟାଙ୍କ୍‌ରେ ଅଛନ୍ତି । ସେହିପରି ଉଭୟ ରାମକୁମାର ଓ ୟୁକି ଡବଲ୍ସରେ ଉନ୍ନତ ପ୍ରଦର୍ଶନ କରୁଥିବାରୁ ଚଳିତ ଥର ଦିବିଜ୍‌ଙ୍କୁ ସ୍ଥାନ ଦିଆଯାଇ ନାହିଁ । ସେ କେବଳ ଜଣେ ଡବଲ୍ସ ସ୍ପେଶାଲିଷ୍ଟ୍ ଭାବେ ଖେଳୁଥିବା ବେଳେ ଉଭୟ ରାମକୁମାର ଏବଂ ୟୁକି ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ଖେଳିପାରିବେ ବୋଲି ସେ କହିଛନ୍ତି । ପ୍ରଥମ ଥର ପାଇଁ ଭାରତ ଓ ନରୱେ ଡେଭିସ୍ କପ୍‌ରେ ପରସ୍ପରକୁ ଭେଟିବେ । ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ୱାର୍ଲ୍ଡ ଗ୍ରୁପ୍ ପ୍ଲେ-ଅଫ୍‌ରେ ଭାରତ ୪-୦ରେ ଡେନ୍‌ମାର୍କକୁ ହରାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking