20.1 C
Bhubaneswar
Thursday, January 16, 2025
Homeଅପରାଧଉଦ୍‌ଘାଟନକୁ ବର୍ଷେ ପୁରିନି : ‘ନିମନ୍ତ୍ରଣ’ ହୋଟେଲରୁ ୧୭.୪୭ଲକ୍ଷ ହଡ଼ପ

ଉଦ୍‌ଘାଟନକୁ ବର୍ଷେ ପୁରିନି : ‘ନିମନ୍ତ୍ରଣ’ ହୋଟେଲରୁ ୧୭.୪୭ଲକ୍ଷ ହଡ଼ପ

ମ୍ୟାନେଜର ସମେତ ଆକାଉଣ୍ଟାଣ୍ଟ ଗିରଫ
ଭୁବନେଶ୍ୱର: ସହିଦନଗର ଥାନା ଅନ୍ତର୍ଗତ ରୂପାଲି ଛକ ନିକଟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧିନରେ ଚାଲିଥିବା ‘ନିମନ୍ତ୍ରଣ’ ହୋଟେଲକୁ ଗତ ୨୦୨୧ ସେପ୍ଟେମ୍ବର ୩ତାରିଖରେ ଉଦ୍‌ଘାଟନ କରାଯାଇଥିଲା । ହୋଟେଲକୁ ବର୍ଷେ ନପୂରୁଣୁ ବଡ଼ଧରଣର ଠକେଇର ପର୍ଦ୍ଦାଫାସ ହୋଇଛି । ଏଠାରେ କାର୍ଯ୍ୟରତ ଥିବା ମ୍ୟାନେଜର ଓ ଆକାଉଣ୍ଟାଣ୍ଟ ଗତ ୬ମାସ ମଧ୍ୟରେ ପ୍ରାୟ ୧୭ଲକ୍ଷ ୪୭ହଜାର ଟଙ୍କା ଠକେଇ କରିଛନ୍ତି । ଏହି ଘଟଣାରେ ମ୍ୟାନେଜର ଥିବା ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର ଅର୍ଦ୍ଦେନ୍ଦୁ ଶେଖର ମହାନ୍ତି ଓ ଆକାଉଣ୍ଟାଣ୍ଟ ଥିବା ନୟାଗଡ଼ ଜିଲା କଣ୍ଟିଲୋର ସୁନୀଲ କୁମାର ଘଡ଼େଇଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଯେ ଉକ୍ତ ଠକେଇ ଟଙ୍କା ଜବତ ହୋଇପାରିନାହିଁ ।

ଉକ୍ତ ଟଙ୍କା ମଧ୍ୟରୁ ଆକାଉଣ୍ଟାଣ୍ଟ ସୁନୀଲ ୧୦ ଲକ୍ଷ ଟଙ୍କା ଅନ୍‌ଲାଇନ ଜୁଆ ଖେଳରେ ବୁଡ଼ାଇ ଦେଇଛନ୍ତି । ସେହିପରି ବାକି ୭ଲକ୍ଷ ୪୭ହଜାର ଟଙ୍କାକୁ ମ୍ୟାନେଜର ଅର୍ଦ୍ଦେନ୍ଦୁ ଖର୍ଚ୍ଚ କରିଦେଇଛନ୍ତି । ଅଭିଯୁକ୍ତଦ୍ୱୟ ଏହାକୁ ସ୍ୱିକାର କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଆଉ କିଛି ଓଟିଡିସିର କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ତେଣୁ ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ‘ନିମନ୍ତ୍ରଣ’ ହୋଟେଲରେ ହେଉଥିବା ପ୍ରତିଦିନର ଆୟକୁ ସେମାନେ କ୍ୟାସ୍‌ବୁକରେ ଲେଖନ୍ତି ।

ହେଲେ ଆୟଠୁ ୫୦ପ୍ରତିଶତ ଟଙ୍କାକୁ ସେମାନେ ଓଟିଡିସି ଆକାଉଣ୍ଟରେ ଜମା କରନ୍ତି ନାହିିଁ । ଏପରିକି ଖାଦ୍ୟ ପାଇଁ ଅଣାଯାଉଥିବା ସାମଗ୍ରୀକୁ କମ୍‌ରେ ଆଣି ଅଧିକ ଦେଖାଇଥାନ୍ତି । ଏହିପରି ଗତ ଜାନୁୟାରୀରୁ ଜୁନ ମାସ ପର୍ଯ୍ୟନ୍ତ ଅଭିଯୁକ୍ତଦ୍ୱୟ ଠକେଇ କରୁଥିଲେ । ହେଲେ କିଛି ଦିନ ତଳେ ଓଟିଡିସି ପକ୍ଷରୁ ଅଡିଟ୍ କରାଯିବା ପରେ ବ୍ୟାଙ୍କରେ ଟଙ୍କା ଜମା କରାଯାଉନଥିବା ଜଣାପଡ଼ିଥିଲା । ଏସମ୍ପର୍କରେ ଓଟିଡିସିର ଡିଭିଜନାଲ୍ ମ୍ୟାନେଜର ପ୍ରଶାନ୍ତ ପଣ୍ଡା ଗତ ମଙ୍ଗଳବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking