24.5 C
Bhubaneswar
Thursday, January 16, 2025
Homeଅପରାଧ୭୨ ବର୍ଷୀୟ ବୃଦ୍ଧଙ୍କୁ କୋଦାଳରେ ହାଣି ହତ୍ୟା କଲା ହତ୍ୟାକାରୀ

୭୨ ବର୍ଷୀୟ ବୃଦ୍ଧଙ୍କୁ କୋଦାଳରେ ହାଣି ହତ୍ୟା କଲା ହତ୍ୟାକାରୀ

ସୁନ୍ଦରଗଡ଼: ୭୨ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୋଦାଳରେ ହାଣି ହତ୍ୟା କଲା ହତ୍ୟାକାରୀ । ଆଉ ଏହାର କିଛି ସମୟ ପରେ ହତ୍ୟାକାରୀକୁ ହିଁ କେହି କଲା ହତ୍ୟା । ଏଭଳି ଡବଲ ମର୍ଡର ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନ ଅନ୍ତର୍ଗତ ସାଲବିରା ଗ୍ରାମରେ। ସୂଚନା ଅନୂଯାୟୀ, ସାଲବିରା ଗ୍ରମାର ପ୍ରଫୁଲ୍ଲ ମାଝୀ ନାମକ ଜଣେ ୭୨ ବୟସ୍କ ବୃଦ୍ଧ ଗୁରୁବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଜଙ୍ଗଲକୁ ଚରାଇବାକୁ ନେଇଥିବା ଗାଈଙ୍କୁ ଘରକୁ ନେଇ ଆସୁଥିବାବେଳେ ଜଣେ ବ୍ୟକ୍ତି ଘନଶ୍ୟାମ ମାଝୀ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ କୋଦାଳ ଏବଂ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲା । ତେବେ ଘଟଣା ଘଟାଇ ଫେରୁଥିବାବେଳେ ଘନଶ୍ୟାମଙ୍କୁ ମଧ୍ୟ କେହି ହତ୍ୟା କରିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଘନଶ୍ୟାମଙ୍କୁ କିଏ ଏବଂ କାହିଁକି ତାଙ୍କ ହତ୍ୟା କଲା ସ୍ପଷ୍ଟ ହୋଇନାହିଁ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପ୍ରଫୁଲ୍ଲ ମାଝୀ କୁ ଘନଶ୍ୟାମ ହତ୍ୟା କରିଥିବା ବେଳେ ଘନଶ୍ୟାମ ମାଝୀ କୁ କିଏ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି । ସେପଟେ ଘନଶ୍ୟାମକ ତା’ ନିଜ ପୁଅ ମାରିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking