ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡିର ଡାକରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଦେଶବ୍ୟାପି ଜାରି ରହିଛି ଆନ୍ଦୋଳନ। ଆଜି ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ କର୍ମୀମାନେ ଶିବାଜୀ ବ୍ରିଜ୍ ରେଲୱେ ଷ୍ଟେସନରେ ଧାରଣା ଦେଇଛନ୍ତି। କଂଗ୍ରେସର ଧାରଣା ଯୋଗୁ ୩ଟି ଟ୍ରେନ୍ ବାତିଲ କରାଯାଇଛି। ସେହିପରି ବାଙ୍ଗାଲୁରରେ ଏକ କାରକୁ ଜାଳିଦେଇଛନ୍ତି କଂଗ୍ରେସ କର୍ମୀ। ନ୍ୟାସନାଲ ହେରାଲଡ୍ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେ ହାଜର ହୋଇଛନ୍ତି। ସୋନିଆ ଗାନ୍ଧିଙ୍କୁ ଇଡିର ଡାକରାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି। ଯୁବ କଂଗ୍ରେସ ପକ୍ଷରୁ ଜନପଥରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କଂଗ୍ରେସର ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀ ସୋନିଆ ଗାନ୍ଧିଙ୍କ ସମର୍ଥନରେ ହୋହଲ୍ଲା କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଆନ୍ଦୋଳନକୁ ଜୋରଦାର କରିଛି ଦଳ। ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ କରିଛନ୍ତି। ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିବାର ଆଶଙ୍କା ଥିବାରୁ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍ କରାଯାଇଥିଲା।