22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶୟୁପିର ଏହି ଜିଲ୍ଲା ତଳେ ରହିଛି ୩,୦୦୦ ଟନ୍ ସୁନା

ୟୁପିର ଏହି ଜିଲ୍ଲା ତଳେ ରହିଛି ୩,୦୦୦ ଟନ୍ ସୁନା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩ ହଜାର ଟନ୍ ସୁନା ମିଳିଛି । ଏହି ସୁନା ମାଟି ତଳେ ଦବି ରହିଥିବା ଜଣାପଡିଛି । ରାଜ୍ୟର ଖଣିଜ ବିଭାଗ ଏହାର ସନ୍ଧାନ କରିଛି । ଖୁବଶୀଘ୍ର ମାଟି ତଳୁ ସୁନା ବାହାର କରିବାକୁ କାମ ଆରମ୍ଭ ହେବ । ଜିଏସଆଇର ଟିମ୍ ଗତ ୧୫ ବର୍ଷ ହେବ ଏଠାରେ କାମ କରୁଥିଲେ । ୮ ବର୍ଷ ପୂର୍ବରୁ ମାଟି ତଳେ ସୁନା ଅଛି ବୋଲି ଟିମ୍ ସୂଚନା ଦେଇଥିଲା । ୟୁପି ସରକାର ଏବେ ସୁନାକୁ ବିକ୍ରି କରିବା ପାଇଁ ଇ-ନିଲାମି ପ୍ରକିୟା ଆରମ୍ଭ କରିଛନ୍ତି ।ତେବେ ୨୦୦୫ ମସିହାରୁ ଜିଏସଆଇର ଟିମ୍ ସୁନାର ସନ୍ଧାନ ଆରମ୍ଭ କରିଥିଲେ । ବହୁ ଖୋଳତାଡ ପରେ ସୋନଭଦ୍ରରେ ସୁନାର ଠିକଣା ପାଇଥିଲେ । ସୋନଭଦ୍ରର ପାହାଡିଆ ଅଞ୍ଚଳରେ ସୁନା ଥିବା ଟିମ୍ ପକ୍ଷରୁ କୁହାଯାଇଥିଲା । ଜିଏସଆଇ ଅନୁସାରେ, ହରଦୀ କ୍ଷେତ୍ରରେ ୬୪୬.୧୫ କିଲୋଗ୍ରାମର ସୁନା ଥିବା ବେଳେ ସୋନ ପାହାଡରେ ୨୯୪୩.୨୫ ଟନ୍ ସୁନାର ଭଣ୍ଡାର ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking