16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶ୧୮ ଦିନରେ ୮ ଥର ତ୍ରୁଟି, ସ୍ପାଇସ୍ ଜେଟ୍‌କୁ କାରଣ ଦର୍ଶାଅ ନୋଟିସ୍‌

୧୮ ଦିନରେ ୮ ଥର ତ୍ରୁଟି, ସ୍ପାଇସ୍ ଜେଟ୍‌କୁ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ : ୧୮ ଦିନ ଭିତରେ ୮ ଥର ବୈଷୟିକ ତ୍ରୁଟି । ଫଳରେ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଏହି କାରଣରୁ ସ୍ପାଇସ୍ ଜେଟ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । କାହିଁକି ବିମାନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବ, ତାର ଜବାବ ଦେବାକୁ ଡିଜିସିଏ କହିଛି । ଗତକାଲି ସ୍ପାଇସ୍ ଜେଟ୍‌ର ଏକ କାର୍ଗୋ ବିମାନ ଚୀନ ଯାଉଥିବା ବେଳେ ଅଧାବାଟରୁ ଫେରି ଆସିଥିଲା । କାରଣ ଏହାର ୱେଦର ରାଡାର କାମ କରିନଥିଲା । ୧୮ ଦିନ ଭିତରେ ଏପରି ୮ ଥର ହେଲାଣି । ପରିସ୍ଥିତି ଏପରି ହୋଇଛି ଯେ, ଫ୍ଲାଇଟ୍ ଗୁଡ଼ିକ ଉଡ଼ାଣ ଭରିଥିବା ବିମାନ ବନ୍ଦରକୁ ଫେରି ଆସୁଛି ନ ହେଲେ ଅନ୍ୟ ଏକ ବିମାନ ବନ୍ଦରରେ ଜରୁରୀ ଅବତରଣ କରୁଛି । ଏହାସହ ଖରାପ ଇଣ୍ଟରନାଲ ସୁରକ୍ଷା, ଉପଯୁକ୍ତ ମରାମତି ନ ହେବା ଦ୍ୱାରା ସୁରକ୍ଷା ବିପଦପୂର୍ଣ୍ଣ ହେଉଛି । ଏହାସହ ଭେଣ୍ଡରମାନଙ୍କୁ ଠିକ୍ ସମୟରେ ବିଲ୍ ପେମେଣ୍ଟ ମଧ୍ୟ କରାଯାଉନାହିଁ । ଏହାଦ୍ୱାରା ସ୍ପେୟାର ପାର୍ଟସ୍ ମିଳୁନି । ତେଣୁ ଯାତ୍ରୀଙ୍କ ସୁରକ୍ଷା ବିପଦପୂର୍ଣ୍ଣ ହୋଇଥିବା ଡିଜିସିଏ ନୋଟିସ୍‌ରେ ଦର୍ଶାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଛୋଟରୁ ଛୋଟ ଭୁଲକୁ ମଧ୍ୟ ଅଣଦେଖା କରାଯିବ ନାହିଁ । କାରଣ ଯାତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking