ନୂଆଦିଲ୍ଲୀ: ଏକ ଜୀବନ୍ତ ହୃତ୍ପିଣ୍ଡକୁ ମାତ୍ର ଅଢେଇ ଘଣ୍ଟା ମଧ୍ୟରେ ଗୁଜରାଟର ଭଦୋଦରା ସହରରୁ ମୁମ୍ବାଇ ପହଞ୍ଚାଇଛି ଇଣ୍ଡିଗୋ ଏୟାରଲାଇନ୍ସ ବିମାନ । ନିର୍ଦ୍ଧାରିତ ସମୟ (୩ ଘଣ୍ଟା) ମଧ୍ୟରେ ଜୀବନ୍ତ ହୃତ୍ପିଣ୍ଡଟି ସୁରକ୍ଷିତଭାବେ ଡାକ୍ତରଖାନାରେ ପହଞ୍ଚିବାପରେ ସଂପୃକ୍ତ ରୋଗୀଙ୍କ ଶରୀରରେ ସଫଳ ପ୍ରତିରୋପଣ କରାଯାଇଥିବା ଜଣାପଡିଛି ।
ଭଦୋଦରାର ଗୋଟିଏ ହସ୍ପିଟାଲରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ହୃତପିଣ୍ଡକୁ ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର ଜରିଆରେ ବାହାର କରିଥିଲେ । ଏହାକୁ ଇଣ୍ଡିଗୋ ବିମାନରେ ମୁମ୍ବାଇ ପହଞ୍ଚାଇବାପରେ ଗ୍ଲୋବାଲ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ଶରୀରରେ ଏହା ପ୍ରତିରୋପଣ କରାଯାଇଥିଲା । ଏଭଳି କାର୍ଯ୍ୟ ଦ୍ୱାରା ଜଣେ ରୋଗୀର ଜୀବନରକ୍ଷା ହୋଇପାରିଥିବାରୁ ଇଣ୍ଡିଗୋ ସିଇଓ ରଣଜୟ ଦତ୍ତ ସଂପୃକ୍ତ ଏୟାରଲାଇନ୍ସ ପାଇଲଟ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।