27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶରାଷ୍ଟ୍ରପତି ପୁଟିନ ନିଜକୁ ଏହି ସମ୍ରାଟଙ୍କ ସହ ତୁଳନା କରି କହିଛନ୍ତି - ୟୁକ୍ରେନ ଆମର

ରାଷ୍ଟ୍ରପତି ପୁଟିନ ନିଜକୁ ଏହି ସମ୍ରାଟଙ୍କ ସହ ତୁଳନା କରି କହିଛନ୍ତି – ୟୁକ୍ରେନ ଆମର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଙ୍କୁ ସମସ୍ତେ ତ ଜାଣନ୍ତି । ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଚାଲିବା ପରେ ଏବେ ଚର୍ଚ୍ଚା ରେ ରହିଛନ୍ତି ରୁଷ ର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଅନେକ ମନ୍ତବ୍ୟ କୁ ନେଇ ମଧ୍ୟ ରୁଷ ରାଷ୍ଟ୍ରପତି ଙ୍କୁ କଡା ଭତ୍ସନା କରାଯାଇଥାଏ । ଯୁଦ୍ଧ କୁ ତିନି ମାସ ରୁ ବି ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଏହା ଏଯାଏଁ ଥମିବାର ନାଁ ନେଉନି । ଯାହା ଫଳରେ ଅନେକ କ୍ଷତି ହେବା ସହ ଲୋକ ମାନଙ୍କର ମୃତ୍ୟୁ ମଧ୍ୟ ହେଉଛି । ତେବେ ଏହାରି ଭିତରେ ରୁଷ ରାଷ୍ଟ୍ରପତି ନିଜକୁ ଜଣେ ସମ୍ରାଟ ଙ୍କ ସହ ତୁଳନା କରିଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜକୁ ୧୭ ତମ ରୁଷି ସମ୍ରାଟ ପୀଟର ଦ ଗ୍ରେଟ ଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି କି ୟୁକ୍ରେନ ସୋଭିଏତ ସଂଘର ହିତ୍ସା ରହିଛି । ଆମର ଏହା କାର୍ଯ୍ୟକି ଆମେ ଏହାକୁ ପୁଣି ଥରେ ନିଜ କବ୍ଚାକୁ ଆଣି ମଜବୁତ କରିବୁ । ରାଜାଙ୍କ ୩୫୦ ତମ ଜନ୍ମଦିନରେ ମସ୍କୋରେ ଏକ ପ୍ରଦର୍ଶନୀ ସମୟରେ ୟୁକ୍ରେନକୁ “ଫେରାଇ ଆଣିବା” ଏବଂ “ନିଜକୁ ରକ୍ଷା କରିବା” ଆବଶ୍ୟକତା ଉପରେ ରାଷ୍ଟ୍ରପତି ପୁଟିନ କହିଥିଲେ। ପିଟର ମହାନ ରାଜା ଭାବେ ପ୍ରଥମ ଶାସନ କରିଥିଲେ । ୧୬୮୨ ରୁ ୧୭୨୫ ଯାଏଁ ସମ୍ରାଟ ଭାବେ ଶାସନ କରିଥିଲେ । ଡୋନେଟସ୍କ ପିପୁଲସ ରିପ୍ଲବିକର କୋର୍ଟ ସରକାରଙ୍କୁ ହଟାଇବା ପାଇଁ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ବିଚ୍ଛିନ୍ନତାବାଦୀ ମାନେ ଦାବୀ କରିଛନ୍ତି କି ତିନିଜଣ ବ୍ୟବସାୟୀ ଯେଉଁ ମାନେ ପୋଜ ଙ୍କ ଅଧୀନରେ ସୁରକ୍ଷା ପାଁଇ ଯୋଗ୍ୟ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking