ବ୍ୟୁରୋ : ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ୯ ତାରିଖରେ ରାଜପୁର ଖିଣ୍ଡାରେ ଜନ୍ମ ଗ୍ରହଣ କରିଥିଲେ । ଯାହାକି ସମ୍ବଲପୁର ଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ । ଓଡିଶାର ସମ୍ବଲପୁର କୁ ହୀରାଖଣ୍ଡ ରାଜ୍ୟ କୁହାଯାଏ । ସୁରେନ୍ଦ୍ର ସାଏ ନିଜର ପାଠ ପଢାକୁ ଯେତିିକି ଗୁରୁତ୍ତ୍ୱ ଦେଉ ନ ଥିଲେ ଖେଳ କସରତ ଓ ଯୁଦ୍ଧ ବିଦ୍ୟା ପ୍ରତି ଅଧିକ ଆକୃଷ୍ଟ ହେଉଥିଲେ ସେ । ଘୋଡା ଦୈାଡ ରେ ବୀର ସୁରେନ୍ଦ୍ର ସାଏ ଙ୍କୁ କେହି ବି ପଛରେ ପକାଇ ପାରୁ ନ ଥିଲେ । ବିପଦ ଆପଦ ରେ ସେ କେବେ ବି ଭାଙ୍ଗି ପଡୁ ନ ଥିଲେ । ସାବାଳକ ହେବା ପରେ ସୁରେନ୍ଦ୍ର ସାଏ ଖିଣ୍ଡା ଅଂଚଳର ଜମିଦାର ପଦରେ ଅଧିଷ୍ଠିତ ହେଲେ । ୧୮୨୭ ରେ ମହାରାଜା ସାଏ ଙ୍କ ମୃତ୍ୟୁ ପରେ ସୁରେନ୍ଦ୍ର ସାଏ ଆଦିବାସୀ ଲୋକ ମାନଙ୍କୁ ସେମାନଙ୍କ ଭାଷା ଏବଂ ସାଂସ୍କୃତିକ ବିକାଶ କୁ ଉତ୍ସାହିତ କରି ବ୍ରିଟିଶ ମାନଙ୍କ ବିରୁଦ୍ଧ ରେ ଲଢିବା ପାଇଁ ସହଯୋଗ କରିଥିଲେ । ବୀର ସୁରେନ୍ଦ୍ର ସାଏ ଙ୍କ ଅଙ୍ଗୁଳି ନିର୍ଦ୍ଦେଶ ରେ ନାଚି ଉଠୁଥିଲେ ଆଦିବାସୀ । ସେ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବ୍ରିଟିଶ ମାନଙ୍କ ସାମରିକ ଯାଂଚ କରିବା ପାଇଁ ପାସ୍ ଗୁଡିକୁ ଜଗି ରହିଥିଲେ ସୁରେନ୍ଦ୍ର ସାଏ । ୧୮୫୭ ବିଦ୍ରୋହ ସମୟରେ ହାଜିରା ବାଗ ଜେଲ ଭାଙ୍ଗି ସୁରେନ୍ଦ୍ର ସାଏଙ୍କ ସମେତ ବନ୍ଦୀ ମାନଙ୍କୁ ମୁକ୍ତ କରାଯାଇଥିଲା । ୧୮୫୭ ରେ ସମ୍ବଲପୁର ରେ ଆଦିବାସୀ ବିଦ୍ରୋହ ହୋଇଥିଲା । ସୁରେନ୍ଦ୍ର ସାଏ କହିଥିଲେ ମାତୃଭୁମିର କୋଳ ମୋର ଦରକାର , ତୁମେ ଇଂରେଜ ଜାତି ଛାଡ ଏ ଜନ୍ମ ମାଟିକୁ । ନ ହେଲେ ଆମେ ତୁମମାନଙ୍କୁ ଗୁଳି କରି ଉଡାଇ ଦେବୁ ।ଏହାର କଡା ଜବାବ ଦେବାକୁ ଯାଇ ଲେ ସାହେବ ତାଙ୍କର ସୈନ୍ୟ ମାନଙ୍କୁ ଧରି ସୁରେନ୍ଦ୍ର ଙ୍କୁ ଘେରି ଗଲେ । ଏବଂ ବନ୍ଦୀ କଲେ । କିନ୍ତୁ ସୁରେନ୍ଦ୍ର ସାଏ ଇଂରେଜ ମାନଙ୍କ ଆଖିରେ ଧୂଳି ଦେଇ ଖସି ଚାଲିଗଲେ ।ବିପ୍ଲବୀ ମାନେ ସମ୍ବଲପୁର ରେ ବିଦ୍ରୋହର ନିଆଁ ଜଳାଇଲେ ।ବଣ ଓ ଜଙ୍ଗଲ ଭିତରେ ଲୁଚି ରହି ଇଂରେଜ ମାନଙ୍କ ଉପରକୁ ଆକ୍ରମଣ କଲେ । ଗୋରା ସିପାହୀ ଶତ କୈାଶଳ କରି ମଧ୍ୟ ବିଦ୍ରୋହୀ ମାନଙ୍କୁ ଧରି ପାରିଲେ ନାହିଁ । ବିଦ୍ରୋହର ନିଆଁ ଏତେ ତୀବ୍ର ହେଲା ଯେ ଲେସାହେବ ଡରିଗଲେ ।ତେଣୁ ମାନ୍ଦ୍ରାଜ ରେ ମି. ହୋଡୋ ଅଧିକ ସୈନ୍ୟ ଙ୍କୁ ଧରି ଆସି ସମ୍ବଲପୁର ରେ ପହଁଚିଲେ । ସମ୍ବଲପୁର ରେ ଦମନ ଲୀଳା ଆରମ୍ଭ କଲା ପରେ ଖିଣ୍ଡା ଓ କୁଲଡିହା ଗ୍ରାମରେ ପହଁଚିଲେ । ଗୁଳି ଗୋଳା କୁ ସାମ୍ନା ନ କରି ବଣ ଜଙ୍ଗଲରେ ପଶି ଗଲେ ବିପ୍ଲବୀ । ତେବେ ବ୍ରିଟିଶ ମାନଙ୍କ ସହ ଲାଗି ରହିଥିବା ଲଢେଇ ଭିତରେ ସୁରେନ୍ଦ୍ର ସାଏ ଙ୍କ ଆତ୍ମସମର୍ପଣ କୁ ବାଛିଲେ । ସୁରେନ୍ଦ୍ର ସାଏ ଆଉ ବିପ୍ଲବୀ ଜୀବନ ଚାହୁଁ ନଥିଲେ ।ବୀର ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କଲେ । ଅସହ୍ୟ କରିଥିଲାତାଙ୍କୁ ବନ୍ଦୀ ଜୀବନ । ଶେଷରେ ୯୦ ବର୍ଷ ବୟସରେ ୧୮୮୪ ମସିହାରେ ଫେବ୍ରୁଆରୀ ୨୮ ତାରିଖରେ ସୁରେନ୍ଦ୍ର ସାଏ ଙ୍କ ମହାପ୍ରାଣାୟ ଘଟିଥିଲା ।ସେ ମରି ମଧ୍ୟ ଆଜି ବି ଅମର ।