20.1 C
Bhubaneswar
Monday, November 18, 2024
Homeଦେଶ ବିଦେଶସ୍ତ୍ରୀ ବାପ ଘରୁ ନ ଆସିବାରୁ ଆତ୍ମହତ୍ୟା କଲା ସ୍ୱାମୀ

ସ୍ତ୍ରୀ ବାପ ଘରୁ ନ ଆସିବାରୁ ଆତ୍ମହତ୍ୟା କଲା ସ୍ୱାମୀ

ଲକ୍ଷ୍ନୌ : ଶ୍ୱଶୁର ଘରୁ ସ୍ତ୍ରୀ ନ ଫେରିବାକୁ ଆତ୍ମହତ୍ୟା କଲା ସ୍ୱାମୀ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅଲିଗଡ଼ର ଖେର କୋତବାଲୀ ଅଞ୍ଚଳର ଗାଁ ଲୋହାଗଡ଼ରେ । ଏଠାରେ ମାର୍ଚ୍ଚ ୧୮ରେ ଜଣେ ଯୁବକଙ୍କ ବିବାହ ହୋଇଥିଲା । ବିବାହ ପରେ ନବବିବାହିତା ପତ୍ନୀ ତାଙ୍କ ବାପ ଘରକୁ ଯାଇଥିଲେ । କିଛି ଦିନ ବାପ ଘରେ ରହିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଆଣିବାକୁ ଯାଇଥିଲେ । କିନ୍ତୁ ପତ୍ନୀ ଶ୍ୱଶୁର ଘରକୁ ଆସିବାକୁ ମନା କରି ଦେଇଥିଲେ । ଏ ନେଇ ଉଭୟଙ୍କ ଭିତରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା । ଏହା ପରେ ଝିଅର ବାପା ସମୁଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ତା’ ପରେ ଯୁବକ ଜଣକ ସ୍ତ୍ରୀଙ୍କୁ ନ ନେଇ ଏକୁଟିଆ ସେଠାରୁ ଫେରି ଆସିଥିଲେ ।

ସ୍ତ୍ରୀଙ୍କ ଠାରୁ ଅଲଗା ହେବା ଦୁଃଖରେ ସେ ଏତେ ମ୍ରିୟମାଣ ହୋଇପଡ଼ିଥିଲେ ଯେ ଆଉ ଘରକୁ ଯିବାକୁ ତାଙ୍କ ଇଚ୍ଛା ନଥିଲା । ଏଣୁ ସେ ରାସ୍ତାରେ ପଡ଼ୁଥିବା ଏକ ଖାଲି ଫ୍ଲାଟ୍‌କୁ ଯାଇ ସେଠାରେ ଦଉଡ଼ି ଦେଇ ଦେଇଥିଲେ । ଏ ନେଇ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛନ୍ତି । ଏବେ ପୋଲିସ ମାମଲାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଲୋହାଗଡ଼ର ଶାହିଦ (୨୨)ଙ୍କ ବିବାହ ଅଲିଗଡ଼ର ଜଣେ ଯୁବତୀଙ୍କ ସହ ୧୮ ମାର୍ଚ୍ଚ ୨୦୨୨ରେ ହୋଇଥିଲା । ଗାଁ ଲୋକଙ୍କ କହିବାନୁସାରେ, ଶାହିଦଙ୍କ ନବବିବାହିତା ପତ୍ନୀ ବାପ ଘରକୁ ଯାଇଥିଲା ।

ଶାହିଦ ପତ୍ନୀକୁ ଆଣିବାକୁ ଶ୍ୱଶୁର ଘରକୁ ଯାଇଥିଲେ । କିନ୍ତୁ ସେଠାରେ ସ୍ତ୍ରୀ ଶାଶୁ ଘରକୁ ଆସିବାକୁ ମନା କରିଦେଇଥିଲେ । ସେ ଆଉ ଦିନେ ଦୁଇ ଦିନ ବାପ ଘରେ ରହିବାକୁ ଜିଦ୍ କରିଥିଲେ । ଏ ନେଇ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଣୁ ଶାହିଦ ରାଗି ଯାଇ ଏକୁଟିଆ ହିଁ ସେଠାରୁ ଚାଲି ଆସିଥିଲେ । ଘର ଲୋକ ତାଙ୍କୁ କଲ୍ କରିବାରୁ ମୋବାଇଲ ବି ସୁଇଚ୍ ଅଫ୍ ଥିଲା । ଏଣୁ ଘର ଲୋକ ଆଖ ପାଖରେ ଖୋଜିବା ଆରମ୍ଭ କରିଥିଲେ । ବିଳମ୍ବିତ ରାତିରେ ତାଙ୍କ ମୃତ ଦେହ ନିକଟସ୍ଥ ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତେବେ ସ୍ତ୍ରୀ ନ ଆସିବାରୁ ଯୁବକଙ୍କ ଆତ୍ମହତ୍ୟାର ଏଭଳି ମାମଲା ସ୍ଥାନୀୟ ଅଞ୍ଚଳରେ ପ୍ରଥମ । ଏହି ଘଟଣାରେ ଏବେ ପୋଲିସ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking