30.1 C
Bhubaneswar
Thursday, April 25, 2024
Homeଅପରାଧଆର୍‌. ଉଦୟଗିରି ଥାନା ସିଆଲଟି କଇଠଢେପ ଗାଁରେ ଯୁବକଙ୍କୁ ହତ୍ୟା

ଆର୍‌. ଉଦୟଗିରି ଥାନା ସିଆଲଟି କଇଠଢେପ ଗାଁରେ ଯୁବକଙ୍କୁ ହତ୍ୟା

ମୋହନା : ଗଜପତି ଜିଲ୍ଲା ଅନ୍ତର୍ଗତ ଆ.ର୍ ଉଦୟଗିରି ଥାନା ସିଆଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ମାଛଘରା ଗାଁର କାବୁଲା ବଳିଆରସିଂ । ଗତକାଲି କାବୁଲା ଓ ତାଙ୍କ ଭାଇ ଗୋଟିଏ ବାଇକ୍‌ରେ କୌଣସି କାମରେ କଇଠଢେପ ଗାଁକୁ ଯାଇଥିଲେ । ତେବେ ସେଠାରେ ଉଭୟ କିଛି ଲୋକ ସହ ମିଶି ମଦ ପିଇଥିଲେ । ଗତକାଲି ଅପରାହ୍ନ ସମୟରେ କାବୁଲା ସେହି ଗାଁରେ ଅଟକି ଯାଇଥିବାବେଳେ ସାନ ଭାଇ ଅନ୍ୟ ଏକ ଗାଁକୁ ଫେରିଯାଇଥିଲେ ।

ତେବେ ସନ୍ଧ୍ୟା ସମୟରେ କାବୁଲାର ମୃତଦେହ ଗାଁ ନିକଟସ୍ଥ ରାସ୍ତାରେ ପଡ଼ିଥିବା ନେଇ ଜଣେ ଯୁବକ ତାଙ୍କ ପରିବାର କୁ ଖବର ଦେଇଥିବା କାବୁଲାଙ୍କ ବଡ଼ ଭାଇ କହିଛନ୍ତି । ମୃତ କାବଲାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ଥିବାବେଳେ ଚମଡା ମଧ୍ୟ ବାହାରି ପଡିଛି । ଏଣୁ ତାଙ୍କୁ ହତ୍ୟା କରି ରାସ୍ତାରେ ପକାଇଥିବା ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି । ଆର୍‌. ଉଦୟଗିରି ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ କାବଲାଙ୍କ ଭାଇ ଓ କଇଠଢେପ ଗାଁର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking