25.1 C
Bhubaneswar
Thursday, December 19, 2024
Homeଅପରାଧକରୋନା ଭୟରେ ମେଡିକାଲରେ କଲେ ଆତ୍ମହତ୍ୟା, କିନ୍ତୁ ରିପୋର୍ଟ ଆସିଲା ନେଗେଟିଭ୍

କରୋନା ଭୟରେ ମେଡିକାଲରେ କଲେ ଆତ୍ମହତ୍ୟା, କିନ୍ତୁ ରିପୋର୍ଟ ଆସିଲା ନେଗେଟିଭ୍

କରୋନା ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହିସମୟରେ ତାମିଲନାଡୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମନାକୁ ଆସିଛି ।ଖବର ମୁତାବକ, ଆରିୟାଲୁରରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ସରକାରୀ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା ।

୬୦ ବର୍ଷୀୟ ବ୍ୟକ୍ତି ଜଣକ କେରଳରୁ ଫେରିଥିବା ବେଳେ କରୋନାକୁ ନେଇ ସେ ଖୁବ୍ ଡରିଯାଇଥିଲେ । କେରଳରୁ ଫେରିବା ପରେ ସେ ଜ୍ୱର ଓ କାଶର ଲକ୍ଷଣ ଦେଖିବା ଆରମ୍ଭ କରିଥିଲେ । ଏପ୍ରିଲ ୭ରେ ବ୍ୟକ୍ତି ଜଣକର ବ୍ୟକ୍ତିଙ୍କର ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ନମୁନାର ରିପୋର୍ଟ ଆସିବା ଭିତରେ ବ୍ୟକ୍ତିଜଣକ ବହୁ ଚିନ୍ତାରେ ଥିଲେ, ଫଳରେ ମେଡିକାଲରେ ହିଁ ସେ ଆତ୍ମହତ୍ୟା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟକର ଘଟଣା ଯେ, ବ୍ୟକ୍ତିଙ୍କର ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking