20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଚଳିତବର୍ଷ ଜମ୍ମୁ-କଶ୍ମୀରରେ ୬୨ ଆତଙ୍କୀ ନିହତ: ପୁଲିସ

ଚଳିତବର୍ଷ ଜମ୍ମୁ-କଶ୍ମୀରରେ ୬୨ ଆତଙ୍କୀ ନିହତ: ପୁଲିସ

ଶ୍ରୀନଗର: ଚଳିତ ବର୍ଷ ଜମ୍ମ-କଶ୍ମୀରରେ ବର୍ତ୍ତମାନ ସୁଦ୍ଧା ୬୨ ଜଣ ଆତଙ୍କବାଦୀ ବିଭିନ୍ନ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ବୋଲି ଗୁରୁବାର ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି । ଏହା ମଧ୍ୟରୁ ୪୭ ଜଣ ସ୍ଥାନୀୟ ଏବଂ ୧୫ ଜଣ ବିଦେଶୀ ଆତଙ୍କବାଦୀ ବୋଲି କଶ୍ମୀର ରେଞ୍ଜ୍ ଆଇଜି ବିନୟ କୁମାର କହିଛନ୍ତି । ସେହିପରି ବିଭିନ୍ନ ଆତଙ୍କୀ ସଂଗଠନରେ ଯୋଗ ଦେବାର ତିନିମାସ ମଧ୍ୟରେ ୩୯ ଜଣଙ୍କୁ ନିପାତ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଇଣ୍ଟେଲିଜେନ୍ସ ଓ ଟେକ୍‌ନିକ୍ ବ୍ୟବସ୍ଥାରେ ଉନ୍ନତି ଏବଂ ଅପରେସନ୍ ଉପରେ ଫୋକସ୍ କାରଣରୁ ଆତଙ୍କବାଦୀଙ୍କ ଜୀବିତ ରହିବା ହାର ବହୁଭାବେ ହ୍ରାସ ପାଇଛି ବୋଲି କୁମାରଙ୍କ ସୂଚନାକୁ ଟ୍ୱିଟ୍ କରି କଶ୍ମୀର ଜୋନ୍ ପୁଲିସ ଜଣାଇଛି । ଗତ ଚାରିମାସ ମଧ୍ୟରେ ନିହତ ୬୨ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନ ଆଧାରିତ ଦୁଇ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ଜୈସ-ଏ-ମହମ୍ମଦର ଯଥାକ୍ରମେ ୩୯ ଓ ୧୫ ଜଣ ରହିଛନ୍ତି ।

ସେହିପରି କଶ୍ମୀରରେ ସକ୍ରିୟ ଥିବା ସ୍ଥାନୀୟ ଆତଙ୍କୀ ସଂଗଠନ ହିଜ୍‌ବୁଲ୍ ମୁଜାହିଦ୍ଦିନ୍‌ର ୮ ଜଣ ଏବଂ ଗୁରୁବାର ସକାଳେ ପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ଦୁଇଜଣ ଆତଙ୍କୀ ଅଲ୍ ବଦର୍ ସଂଗଠନର । ଅଲ୍ ବଦର୍‌ର ଏହି ଦୁଇ ଆତଙ୍କୀ ହେଲେ ଏଜାଜ୍ ହାଫିଜ୍ ଓ ଶାହିଦ୍ ଆୟୁବ । ସେମାନଙ୍କଠାରୁ ଦୁଇଟି ଏକେ-୪୭ ରାଇଫଲ୍ ଜବତ କରାଯାଇଥିବା ବେଳେ ମାର୍ଚ୍ଚ ଓ ଏପ୍ରିଲ୍ ମଧ୍ୟରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ ହୋଇଥିବା ସିରିଜ୍ ଆକ୍ରମଣରେ ଏହି ଦୁଇଜଣ ସାମିଲ ଥିଲେ ବୋଲି ଆଇଜି କୁମାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking